Download as docx, pdf, or txt
Download as docx, pdf, or txt
You are on page 1of 14

ଯୋହନ ଲି ଖିତ ସୁସମାଚାର

ଡୁ ବକ ଯୋହନ

ହେରୋଦ ରାଜା ଯିହୁଦା ପ୍ରଦେଶରେ ଶାସନ କରୁଥିବା ସମୟରେ, ସେଠାରେ ଜିଖରୀୟ ନାମକ ଜଣେ
ଯାଜକ ଥିଲେ। ତାଙ୍କ ସ୍ତ୍ରୀଙ୍କ ନାମ ଏଲିଶାବେଥ, ସେ ହାରୋଣ ଯାଜକଙ୍କ ବଂଶର ଥିଲେ। ସେହି ସ୍ୱାମୀସ୍ତ୍ରୀ
ପ୍ରଭୁଙ୍କର ସମସ୍ତ ଆଜ୍ଞା ଓ ବିଧି ଯତ୍ନର ସହିତ ପାଳନ କରି ଈଶ୍ୱରଙ୍କ ଆଗରେ ଉତ୍ତମ ଜୀବନ କାଟୁଥିଲେ।
ସେମାନଙ୍କର କୌଣସି ପୁଅଝିଅ ନ ଥିଲେ, କାରଣ ଏଲିଶାବେଥ ବନ୍ଧ୍ୟା ଥିଲେ, ପୁଣି ସେ ଓ ତାଙ୍କ ସ୍ଵାମୀଙ୍କର
ସନ୍ତାନ ଜନ୍ମ କରିବାର ବୟସ ଚାଲିଯାଇଥିଲା। ଦିନେ, ଅବିୟ ଯାଜକ ଦଳର ପାଳି ଥିବା ସମୟରେ, ଜିଖରୀୟ
ଯାଜକ ଯିରୁଶାଲମ ମନ୍ଦିରରେ ଈଶ୍ୱରଙ୍କ ଆଗରେ ଯାଜକ କର୍ମ କରୁଥିଲେ। ସେ ମନ୍ଦିର ଭିତରେ ଧୂପ ଜଳାଇବା
ସମୟରେ, ବାହାରେ ବହୁ ଲୋକ ଜମା ହୋଇ ପ୍ରାର୍ଥନା କରୁଥିଲେ। ସେତେବେଳେ, ପ୍ରଭୁଙ୍କର ଜଣେ ଦୂ ତ ଧୂପ
ବେଦୀର ଡାହାଣ ପାଖରେ ଠିଆହୋଇ ତାଙ୍କୁ ଦର୍ଶନଦେଇ କହିଲେ, “ହେ ଜିଖରୀୟ, ତୁ ମର ପ୍ରାର୍ଥନା ଈଶ୍ୱର
ଶୁଣିଅଛନ୍ତି। ତୁ ମର ସ୍ତ୍ରୀ ଏଲିଶାବେଥ ତୁ ମ ପାଇଁ ଏକ ପୁଅ ଜନ୍ମ କରିବ, ଆଉ ତୁ ମେ ତାହାର ନାମ ଯୋହନ
ଦେବ। ସେ ପ୍ରଭୁଙ୍କ ଦୃ ଷ୍ଟିରେ ମହାନ୍ ହେବ। ସେ ଦ୍ରାକ୍ଷାରସ କି ମଦ କେବେ ହେଁ ପିଇବ ନାହିଁ। ସେ ନିଜ
ମାଆର ପେଟରେ ହିଁ ପବିତ୍ର ଆତ୍ମାରେ ପୂର୍ଣ୍ଣହେବ। ଆଉ, ସେ ଇସ୍ରାଏଲ ଲୋକମାନଙ୍କ ମଧ୍ୟରୁ ଅନେକଙ୍କୁ
ସେମାନଙ୍କ ପ୍ରଭୁ, ଈଶ୍ୱରଙ୍କ ନିକଟକୁ ଫେରାଇ ଆଣିବ। ପୁଣି, ସେ ବାପାମାଆଙ୍କର ହୃ ଦୟ ନିଜ ପିଲାମାନଙ୍କ
ପ୍ରତି ଫେରାଇ ଆଣିବ ଓ ଧାର୍ମିକ ଲୋକମାନଙ୍କର ବୁ ଦ୍ଧି ଗ୍ରହଣ କରିବା ପାଇଁ ଅବାଧ୍ୟ ଲୋକମାନଙ୍କୁ ଫେରାଇ
ଆଣିବ। ସେ ଭବିଷ୍ୟତବକ୍ତା ଏଲୀୟଙ୍କ ପରି ଆତ୍ମା ଓ ଶକ୍ତିରେ ପୂର୍ଣ୍ଣହୋଇ ଏସବୁ କରିବ।” ଜିଖରୀୟ ଦୂ ତଙ୍କୁ
କହିଲେ, “ଏହା ନିଶ୍ଚୟ ଘଟିବ ବୋଲି ମୁଁ କିପରି ଜାଣିବ?ି କାରଣ, ମୁଁ ବୃ ଦ୍ଧ ହୋଇଅଛି, ପୁଣି ମୋର ସ୍ତ୍ରୀ ମଧ୍ୟ
ବୃ ଦ୍ଧା ହୋଇଅଛି।” ଦୂ ତ ଉତ୍ତରଦେଲେ, “ମୁଁ ହେଉଛି ଗାବ୍ରିଏଲ, ମୁଁ ଈଶ୍ୱରଙ୍କ ଆଗରେ ଠିଆ ହୁ ଏ । ତୁ ମକୁ ଏହି
ଶୁଭ ସମ୍ବାଦ ଜଣାଇବା ପାଇଁ ଈଶ୍ୱର ମୋତେ ପଠାଇଛନ୍ତି।  ମୋର ଏହି ବାକ୍ୟ ଠିକ୍ ସମୟରେ ସଫଳ ହେବ,
କିନ୍ତୁ ତାହା ତୁ ମେ ବିଶ୍ୱାସକଲ ନାହିଁ। ତେଣୁ ଦେଖ, ମୁଁ ଯାହା ଯାହା କହିଲି, ସେସବୁ ଘଟିବା ଯାଏଁ ତୁ ମେ
ମୁକ ହୋଇ କଥା କହି ପାରିବ ନାହିଁ।” ଜିଖରୀୟ ବାହାରକୁ ଆସି ସେମାନଙ୍କୁ କଥା କହି ପାରିଲେ ନାହିଁ। ଏଣୁ,
ସେମାନେ ଜାଣିପାରିଲେ ଯେ, ସେ ମନ୍ଦିର ଭିତରେ ଦର୍ଶନ ଦେଖିଛନ୍ତି। ଆଉ, ଜିଖରୀୟ ସେମାନଙ୍କୁ କଥା
କହିନପାରି ହାତରେ ଠାରିବାକୁ ଲାଗିଲେ। ପୁଣି, ମନ୍ଦିରରେ ତାଙ୍କର ସେବାକାର୍ଯ୍ୟର ପାଳି ସରିବା ପରେ, ସେ
ନିଜ ଘରକୁ ଫେରିଗଲେ। ଏହାପରେ ତାଙ୍କର ସ୍ତ୍ରୀ ଏଲିଶାବେଥ ଗର୍ଭବତୀ ହେଲେ ଓ କହିଲେ, “ଏବେ ଈଶ୍ୱର
ମୋ ପ୍ରତି ଅନୁ ଗ୍ରହ କରିଅଛନ୍ତି ଓ ମୋର ପିଲାଛୁ ଆ ହୋଇ ନ ଥିବା ଯୋଗୁଁ ମୁଁ ଲୋକମାନଙ୍କ ମଧ୍ୟରେ ଯେଉଁ
ଅପମାନ ପାଉଥିଲି, ତାହା ସେ ଦୂ ର କରିଅଛନ୍ତି।”
ଏଲିଶାବେଥଙ୍କର ଜନ୍ମ କରିବାର ସମୟ ହେବାରୁ ସେ ଏକ ପୁଅ ଜନ୍ମକଲେ। ଆଉ ସେମାନେ ଆଠ ଦିନରେ,
ଶିଶୁକୁ ସୁନ୍ନତ କରିବାକୁ ଆସିଲେ। ପୁଣି ସେମାନେ ଶିଶୁର ବାପାଙ୍କ ନାମ ଅନୁ ସାରେ ତାହାର ନାମ ଜିଖରୀୟ
ଦେବାକୁ ଇଛା କଲେ। କିନ୍ତୁ, ତାହାର ମାଆ କହିଲେ, “ନାହିଁ! ତାହାର ନାମ ଯୋହନ ହେବ।” ସେମାନେ ତାଙ୍କୁ
କହିଲେ, “କିନ୍ତୁ, ତୁ ମ ସମ୍ପର୍କୀୟମାନଙ୍କ ମଧ୍ୟରେ ତ ଏହି ନାମରେ କେହି ନାହିଁ।” ଏଣୁ ଶିଶୁର ବାପା ତାହାକୁ
କେଉଁ ନାମ ଦେବା ପାଇଁ ଚାହାନ୍ତି, ତାହା ସେମାନେ ତାଙ୍କୁ ହାତ ଠାରି ପଚାରିଲେ। ଆଉ, ଜିଖରୀୟ ଲେଖିବା
ପାଇଁ ହାତ ଠାରି ଏକ ପଟା ମାଗିଲେ ଓ ସେଥିରେ ଲେଖିଲେ, “ତାହାର ନାମ ଯୋହନ।” ଏହା ଦେଖି ସମସ୍ତେ
ଆଶ୍ଚର୍ଯ୍ୟ ହେଲେ। ସେହି ସଙ୍ଗେ ସଙ୍ଗେ ଜିଖରୀୟଙ୍କର ପାଟି ଓ ଜିଭ ଫି ଟଗ
ି ଲା, ପୁଣି, ସେ କଥା କହିବାକୁ
ଆରମ୍ଭ କରି ଈଶ୍ୱରଙ୍କର ପ୍ରଶଂସା କରିବାକୁ ଲାଗିଲେ।

ନିକଦୀମ

ନୀକଦୀମ ଥିଲେ ଯିହୁଦୀ ଧର୍ମର ଫାରୁଶୀ ଦଳର ଜଣେ ବ୍ୟକ୍ତି। ସେ ଯିହୁଦୀ ଧର୍ମ ମହାସଭାର ଜଣେ ସଭ୍ୟ
ଥିଲେ। ଆହୁ ରି ସେ ଇସ୍ରାଏଲ ଲୋକମାନଙ୍କର ଜଣେ ଗୁରୁ ଥିଲେ। ଦିନେ ସେ ରାତ୍ରି ସମୟରେ ଯୀଶୁଙ୍କ
ନିକଟକୁ ଆସିଲେ। ପୁଣି ଯୀଶୁ ତାଙ୍କୁ ନୂ ତନ ଜନ୍ମ ବିଷୟରେ ବୁ ଝାଇଲେ ଓ କହିଲେ, “ସତ୍ୟ ସତ୍ୟ ମୁଁ ତୁ ମକୁ
କହୁ ଅଛି, ବଞ୍ଚି ଥାଉ ଥାଉ ପୁଣିଥରେ ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖି ପାରିବ ନାହିଁ।” ନୀକଦୀମ
ତାଙ୍କୁ ପଚାରିଲେ, “ଜଣେ ବୁ ଢ଼ା ହେଲା ପରେ କିପରି ଆଉ ଥରେ ଜନ୍ମ ହୋଇପାରିବ? ସେ କଅଣ ଦ୍ୱିତୀୟ ଥର
ନିଜ ମାଆ ପେଟରେ ପଶି ଜନ୍ମ ହୋଇପାରିବ?” ଯୀଶୁ ଉତ୍ତରଦେଲେ, “ସତ୍ୟ ସତ୍ୟ ମୁଁ ତୁ ମକୁ କହୁ ଅଛି, ଜଳ
ଓ ଆତ୍ମାରେ ଜନ୍ମ* ନ ହେଲେ, କେହି ଈଶ୍ୱରଙ୍କ ରାଜ୍ୟରେ ପଶି ପାରିବ ନାହିଁ। ମନୁ ଷ୍ୟଠାରୁ କେବଳ ଶାରୀରିକ
ମନୁ ଷ୍ୟ ଜନ୍ମ ହୁ ଏ, କିନ୍ତୁ ସେହି ମନୁ ଷ୍ୟ ଯେତେବେଳେ ପବିତ୍ର ଆତ୍ମାଙ୍କଠାରୁ ଜନ୍ମ ହୁ ଏ, ସେତେବେଳେ ସେ
ଆତ୍ମିକ ମନୁ ଷ୍ୟ ହୁ ଏ। ତେଣୁ, ମୁଁ ତୁ ମକୁ ଆଉ ଥରେ ଜନ୍ମ ହେବାକୁ ପଡ଼ିବ ବୋଲି ଯାହା କହିଲି, ସେ କଥାରେ
ଆଶ୍ଚର୍ଯ୍ୟ ହୁ ଅ ନାହିଁ। ପବନ ଯେଉଁଆଡ଼େ ବହିବାକୁ ଚାହେଁ ସେହି ଆଡ଼େ ବହିଥାଏ, ପୁଣି ତୁ ମେ କେବଳ ତାହାର
ଶବ୍ଦ ଶୁଣି ପାରୁଛ, କିନ୍ତୁ ତାହା କେଉଁଠାରୁ ଆସୁଛ ି ଓ କେଉଁଠାକୁ ଯାଉଛି ତାହା ତୁ ମେ ଜାଣି ପାରୁ ନାହଁ। ଠିକ୍
ସେହିପରି ଜଣେ ପବିତ୍ର ଆତ୍ମାରେ କିପରି ଜନ୍ମ ହୁ ଏ ତାହା ମନୁ ଷ୍ୟ ନିଜ ଜ୍ଞାନରେ ସମ୍ପୂର୍ଣ୍ଣ ବୁ ଝି ପାରେ ନାହିଁ।”
ନୀକଦୀମ ତାଙ୍କୁ ପଚାରିଲେ, “ଏହା କିପରି ହୋଇପାରିବ?” ଯୀଶୁ ତାଙ୍କୁ କହିଲେ, “ତୁ ମେ ଇସ୍ରାଏଲ
ଲୋକମାନଙ୍କର ଜଣେ ଗୁରୁ ହୋଇ ମଧ୍ୟ ଏ କଥା କଅଣ ବୁ ଝି ପାରୁ ନାହଁ।
ଯୀଶୁଙ୍କର ଶତ୍ରୁମାନେ ଯୀଶୁଙ୍କୁ କ୍ରୁ ଶରେ ଟଙ୍ଗାଇ ହତ୍ୟାକରିବା ପରେ, ପିଲାତଙ୍କ ନିକଟକୁ ନୀକଦୀମ ଯାଇ
ଯୀଶୁଙ୍କ ଶରୀର ମାଗିଲେ ଓ ନିଜ ପାଇଁ ଖୋଳିଥିବା ପଥର ଗୁମ୍ଫାରେ ତାଙ୍କୁ ସମାଧି ଦେଲେ।
ଶମରିଆ ଅଞ୍ଚଳର ଲୋକମାନେ

ପୁରାତନ ନିୟମ ସମୟରେ, ପ୍ରାୟ ଖ୍ରୀଷ୍ଟ ପୂର୍ବ ୭୨୨ରେ ଅଶୂର ଦେଶର ରାଜା ଆସି ଇସ୍ରାଏଲ ଦେଶକୁ
ଅଧିକାର କଲେ ଓ ବହୁ ଇସ୍ରାଏଲ ଲୋକମାନଙ୍କୁ ବନ୍ଦୀକରି ନିଜ ଦେଶକୁ ନେଇଗଲେ। ଏହା ପରେ ଅନ୍ୟ
ଦେଶର ଲୋକମାନଙ୍କୁ ଆଣି ଇସ୍ରାଏଲ ଦେଶରେ ରଖିଲେ। ଯେଉଁ ଇସ୍ରାଏଲ ଲୋକମାନେ ଇସ୍ରାଏଲ
ଦେଶରେ ରହିଯାଇଥିଲେ, ସେମାନେ ଅନ୍ୟ ଦେଶରୁ ଅଣାଯାଇଥିବା ଲୋକମାନଙ୍କ ସହିତ ବିବାହ କଲେ। ଏହା
ଦ୍ୱାରା ଇସ୍ରାଏଲ ଜାତି ଓ ବିଦେଶ ଜାତିର ଲୋକମାନଙ୍କ ଦ୍ୱାରା ମିଶ୍ରିତ ଲୋକମାନେ ଜନ୍ମହେଲେ। ସେମାନେ
ଶମରିଆ ଅଞ୍ଚଳରେ ବାସକଲେ ଓ ସେହି ଲୋକମାନଙ୍କୁ ଶମିରଣ ଲୋକ କୁ ହାଗଲା। ଯିହୁଦୀ ଲୋକମାନେ
ଏହି ଲୋକମାନଙ୍କୁ ତୁ ଚ୍ଚ ମନେ କରୁଥିଲେ ଓ ସେମାନଙ୍କୁ ଛୁ ଉଁ ନ ଥିଲେ। କିନ୍ତୁ, ଯୀଶୁ ସେମାନଙ୍କ ନିକଟରେ
ମଧ୍ୟ ସୁସମାଚାର ପ୍ରଚାର କଲେ।

ମହା ଯାଜକ କୟାଫା ( ଯୋହନ ୧୧:୪୯)

ଯୀଶୁ ଏହି ପୃଥିବୀରେ ସେବାକାର୍ଯ୍ୟ କରୁଥିବା ସମୟରେ କୟାଫା ଇସ୍ରାଏଲ ଲୋକମାନଙ୍କର ମହା ଯାଜକ
ଥିଲେ। ସେ ଆବଶ୍ୟକ ସମୟରେ ସେ ନିଜର ଶ୍ୱଶୂର ହାନାନଙ୍କୁ ପରାମର୍ଶ କରୁଥିଲେ। ଏହି ହାନାନ ମଧ୍ୟ
ଆଗରୁ ମହାଯାଜକ ଥିଲେ। ଯୀଶୁ ଲାଜାରଙ୍କୁ ମୃତ୍ୟୁରୁ ଉଠାଇବା ପରେ ତାହାଙ୍କ ବିଷୟରେ ସମ୍ବାଦ ଚାରିଆଡ଼େ
ପ୍ରଚାରିତ ହେଲା। ଏହି ଦେଖି ଯିହୁଦୀ ଜାତିର ଲୋକମାନଙ୍କର ଯାଜକମାନେ ଓ ଫାରୁଶୀ ଲୋକମାନେ
ଭୟଭୀତ ହେଲେ ଓ ସେମାନେ ଯୀଶୁଙ୍କ ବିରୁଦ୍ଧରେ କିଛ ି ଷଡ଼ଯନ୍ତ୍ର କରିବାକୁ ଏକାଠି ହେଲେ। ସେତେବେଳେ
ସେ ସେମାନଙ୍କୁ କହିଲେ, “ତୁ ମ୍ଭେମାନେ କିଛ ି ଜାଣି ନାହଁ! ପୁଣି ତୁ ମ୍ଭେମାନେ କିପରି ବୁ ଝି ପାରୁ ନାହଁ, ଯେ,
ସମଗ୍ର ଜାତି ବିନଷ୍ଟ ହେବା ଅପେକ୍ଷା ସମସ୍ତଙ୍କ ପାଇଁ କେବଳ ଜଣେ ଲୋକ ମରିବା ତୁ ମ୍ଭମାନଙ୍କ ପାଇଁ ଅଧିକ
ଭଲ?” ସେ ଏହା ନିଜଠାରୁ କହି ନ ଥିଲେ, କିନ୍ତୁ, ସେ ସେହି ବର୍ଷର ମହା ଯାଜକ ଥିବାରୁ, ଭବିଷ୍ୟତବାଣୀ
କରିକହିଥିଲେ ଯେ, ଯୀଶୁ ସମ୍ପୂର୍ଣ୍ଣ ଇସ୍ରାଏଲ ଜାତି ପାଇଁ, ପୁଣି, କେବଳ ସେହି ଜାତି ପାଇଁ ନୁ ହେଁ, କିନ୍ତୁ, ସେ
ସାରା ଜଗତରେ ଛିନ୍ନଭିନ୍ନ ହୋଇଯାଇଥିବା ଈଶ୍ୱରଙ୍କ ସନ୍ତାନମାନଙ୍କୁ ସଂଗ୍ରହ କରି ଏକ କରିବା ପାଇଁ
ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି।

ଯୀଶୁଙ୍କର କ୍ରୁ ଶୀୟ ମୃତ୍ୟୁ ପୂର୍ବରୁ ବନ୍ଦୀ କରାଗଲା ଏବଂ ତାଙ୍କୁ ପ୍ରଥମେ ହାନାନଙ୍କ ନିକଟକୁ ନିଆଗଲା ଓ ପରେ
କୟାଫା ମହା ଯାଜକଙ୍କ ନିକଟକୁ ନିଆହେଲା। କୟାଫା ମହା ସଭାର ସଭ୍ୟ ଓ ନେତା ଥିବାରୁ, ଲୋକମାନେ
ଯୀଶୁଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ କରୁଥିଲେ, ସେସବୁ କୁ ସେ ପିଲାତଙ୍କ ଆଗରେ ସମର୍ଥନ କଲେ, ଯେପରି
ତାହାଙ୍କୁ କ୍ରୁ ଶୀୟ ମୃତ୍ୟୁ ଦିଆଯିବ।

ସମାଧି ଲୁ ଗା ( ଯୋହନ ୧୧:୪୪)

ଇସ୍ରାଏଲ ଲୋକମାନେ ଜଣେ ମୃତ ବ୍ୟକ୍ତିଙ୍କୁ ସମାଧି ଦେବା ଆଗରୁ, ତାହାଙ୍କୁ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଲୁ ଗାରେ
ଗୁଡ଼ାଉଥିଲେ। ସେହି ଲୁ ଗାଗୁଡ଼କ
ି ୁ ସମାଧି ଲୁ ଗା କୁ ହାଯାଉଥିଲା। ମୃତ ବ୍ୟକ୍ତିଙ୍କୁ ମୁଣ୍ଡରୁ ପାଦ ଯାଏଁ ଗୁଡ଼ାଉଥିଲେ।
ତାହା ସହିତ ତଳ ଓ ଉପର କରି ଭଲରେ ଲୁ ଗା ଗୁଡ଼ାଉଥିଲେ। ଏଥିପାଇଁ ସେମାନେ ଏକ ପ୍ରକାରର ସ୍ୱତନ୍ତ୍ର
ଲୁ ଗା ବ୍ୟବହାର କରୁଥିଲେ।

ଛିନ୍ନଭିନ୍ନ ହୋଇ ଗ୍ରୀକ୍ ଜାତିର ଲୋକମାନଙ୍କ ମଧ୍ୟରେ ବାସ କରୁଥିବା ଯିହୁଦୀ ଜାତିର
ଲୋକମାନେ (ଯୋହନ ୭:୩୫)

ଏହା ଇସ୍ରାଏଲ ଲୋକମାନଙ୍କୁ ବୁ ଝାଏ। ଖ୍ରୀଷ୍ଟ ପୂର୍ବ ୭୨୨ରେ ଓ ଖ୍ରୀଷ୍ଟ ପୂର୍ବ ୫୮୬ରେ ବାବିଲ ଦେଶର ରାଜା
ଇସ୍ରାଏଲ ଦେଶ ବା ଯିହୁଦା ଦେଶକୁ ଅଧିକାର କରି, ବହୁ ଯିହୁଦୀ ଲୋକଙ୍କୁ ବନ୍ଦୀ କରି ନିଜ ଦେଶକୁ
ନେଇଗଲେ। ପରେ ସେମାନଙ୍କୁ ନିଜ ଇସ୍ରାଏଲ ଦେଶକୁ ଫେରିଆସିବାକୁ ଅନୁ ମତି ଦିଆହେଲା। ତେଣୁ, ବହୁ
ଲୋକ ଫେରି ଆସିଲେ, କିନ୍ତୁ, କିଛ ି ଲୋକ ସେହି ବାବିଲ ଦେଶରେ ରହିଲେ। ଯେଉଁମାନେ ବାବିଲ ଦେଶରେ
ରହିଲେ, ସେମାନଙ୍କ ମଧ୍ୟରୁ କିଛ ି ଲୋକ ପରେ, ବାବିଲ ଦେଶର ପଶ୍ଚିମ ଦିଗରେ ଥିବା ଗ୍ରୀସ ନାମକ ଦେଶକୁ
ପଳାଇଗଲେ। ଏହାପରେ, ଖ୍ରୀଷ୍ଟାବ୍ଦ ୭୦ରେ ଶତ୍ରୁମାନେ ପୁଣି ଥରେ ଯେରୁଶାଲମ ନଗରକୁ ଆକ୍ରମଣ କଲେ ଓ
ଯିରୁଶାଲମ ମନ୍ଦିରକୁ ଧ୍ୱଂସକଲେ। ଆଉ ଯିହୁଦୀ ଲୋକମାନଙ୍କୁ ଦାସ ଭାବରେ ଅନ୍ୟମାନଙ୍କୁ ବିକ୍ରିକଲେ।
ସେମାନଙ୍କୁ ଯେଉଁମାନେ କିଣିଲେ, ସେମାନେ ନିଜ ନିଜ ଦେଶକୁ ନେଇଗଲେ। ଏହା ସହିତ ଅନ୍ୟମାନେ ଯିହୁଦା
ଦେଶରେ ରହିବାକୁ ଭୟକରି ଅନ୍ୟ ଦେଶଗୁଡ଼କ
ି ୁ ପଳାଇଗଲେ। ଏହି ପରି ଭାବରେ ଇସ୍ରାଏଲ ଲୋକମାନେ
ଛିନ୍ନଭିନ୍ନ ହୋଇ ବିଭିନ୍ନ ଦେଶରେ ବାସକଲେ।

ମଗ୍‍ଦଲି ନୀ ମରିୟମ ( ୧୯:୨୫, ୨୦:୧, ୧୦,୧୮)


ମଗ୍‍ଦଲିନୀ ମରିୟମ, ମଗଦଲା ନାମକ ନଗରର ହୋଇଥିବାରୁ ତାହାଙ୍କୁ ମଗ୍‍ଦଲିନୀ ମରିୟମ ବୋଲି
କୁ ହାଯାଉଥିଲା। ଏହି ମଗଦଲା ନାମକ ନଗରଟି ଗାଲୀଲି ସମୁଦ୍ରର ପଶ୍ଚିମ ଦିଗରେ ଥିଲା। ମଗ୍‌ଦଲିନୀ
ମରିୟମଙ୍କୁ ପୂର୍ବରୁ ସାତୋଟି ଭୁତ ଧରିଥିଲା, ଆଉ ଯୀଶୁ ସେହି ଭୂତଗୁଡ଼କ
ି ଛଡ଼ାଇ ତାଙ୍କୁ ମୁକ୍ତ କରିଥିଲେ(ଲୁ କ
୮:୨)। ଯୀଶୁ ଏହି ପୃଥିବୀରେ ସେବାକାର୍ଯ୍ୟ କରୁଥିବା ସମୟରେ ବହୁ ଲୋକ, ଉଭୟ ପୁରୁଷ ଲୋକ ଓ ସ୍ତ୍ରୀ
ଲୋକ ଯୀଶୁଙ୍କ ପଛେ ପଛେ ଯାଇ ଯୀଶୁଙ୍କର ସେବାକରୁଥିଲେ। ସେମାନଙ୍କ ମଧ୍ୟରେ ମଗ୍‌ଦଲିନୀ ମରିୟମ
ଜଣେ ଥିଲେ। ଯୀଶୁଙ୍କୁ କ୍ରୁ ଶରେ ମୃତ୍ୟୁବରଣ କରିବା ସମୟରେ ସେ, ଯୀଶୁଙ୍କ ମାଆ ମରିୟମଙ୍କ ସହିତ କ୍ରୁ ଶ
ନିକଟରେ ଥିଲେ। ଯୀଶୁଙ୍କ ମୃତ୍ୟୁପରେ, ତାହାଙ୍କୁ ସମାଧି ଦେବା ସମୟରେ ସେ ସେଠାରେ ଥିଲେ ଓ ଯୀଶୁଙ୍କୁ
ଯେଉଁ ସ୍ଥାନରେ ସମାଧି ଦିଆହେଲା, ତାହା ସେ ଦେଖିଲେ। ତହିଁ ଆରଦିନ ସେ ବାସ୍ନା ଜିନଷ
ି ନେଇ ଯୀଶୁଙ୍କ
ସମାଧି ନିକଟକୁ ଗଲେ, ମାତ୍ର ସମାଧି ଖାଲି ଥିବାର ଦେଖିଲେ। ପରେ, ଯୀଶୁ ମୃତ୍ୟୁରୁ ଉଠିଥିବା କଥା ଦୂ ତ
ତାଙ୍କୁ କହିବାରୁ, ସେ ଯାଇ ଯୀଶୁଙ୍କର ଶିଷ୍ୟମାନଙ୍କୁ ସେହି ସମ୍ବାଦ ଦେଲେ।

କାନ୍ନା ନଗର ( ୨: ୧-୧୧)


ଗାଲିଲୀ ପ୍ରଦେଶର କଫର୍ନାହୁ ମ ନଗର ନିକଟରେ କାନ୍ନା ନଗର ଅବସ୍ଥିତ। ଯୀଶୁ ଏହି ନଗରରେ ନିଜର ପ୍ରଥମ
ଆଶ୍ଚର୍ଯ୍ୟ କାର୍ଯ୍ୟ କରିଥିଲେ। ଯୀଶୁଙ୍କ ସମୟରେ, ଥରେ ସେଠାରେ ବିବାହ ଭୋଜି ହେଉଥିଲା। ସେହି ଭୋଜିକୁ
ଯୀଶୁ ଓ ତାହାଙ୍କର ଶିଷ୍ୟମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ଯୀଶୁଙ୍କ ମାଆ ମରିୟମ ମଧ୍ୟ ସେହି ଭୋଜିକୁ
ଯାଇଥିଲେ। ବିବାହ ଭୋଜି ଚାଲିଥିବା ସମୟରେ, ସେମାନଙ୍କର ଦ୍ରାକ୍ଷାରସ ସରିଗଲା। ଯୀଶୁଙ୍କ ମାଆ ମରିୟମ
ସେହି କଥା ଜାଣି, ଯୀଶୁଙ୍କ ନିକଟକୁ ଗଲେ ଓ ସେମାନଙ୍କର ଦ୍ରାକ୍ଷାରସ ସରିଯାଇଥିବା କଥା ଯୀଶୁଙ୍କୁ କହିଲେ।
ଆଉ, ଯୀଶୁ ସେଠାରେ ପାଣିକୁ ଦ୍ରାକ୍ଷାରସ କଲେ।

ଯାକୁ ବଙ୍କ କୂଅ ( ୪: ୧-୧୨)


ପୁରାତନ ନିୟମ ସମୟରେ, ନିଜ ଭାଇ ଏଷୌଙ୍କୁ ଠକି ଯାକୁ ବ ନିଜର ମାମୁଁ ଲାବନଙ୍କ ନିକଟକୁ
ପଳାଇଯାଇଥିଲେ। ଅନେକ ବର୍ଷ ପରେ ସେ ନିଜର ପରିବାର ନେଇ ନିଜ ଦେଶକୁ ଫେରି ଆସିଲେ। ସେହି
ସମୟରେ ସେ ଶିଖିମ ଅଞ୍ଚଳର ଲୋକମାନଙ୍କଠାରୁ ଏକ ଭୂମି କିଣିଲେ। ସେହି ଭୂମି ଶିଖିମ ନଗରର ବାହାରେ
ଥିଲା। ନିଜର ପରିବାରର ଲୋକମାନଙ୍କର ବ୍ୟବହାର ନିମନ୍ତେ ଯାକୁ ବ ସେହି ସ୍ଥାନରେ ଏକ କୂ ଅ ଖୋଳିଲେ।
କାରଣ ସେହି ଅଞ୍ଚଳରେ କୌଣସି ନଦୀ ନ ଥିଲା। ସେହି କୂ ଅ ଯୀଶୁଙ୍କ ସମୟ ଯାଏଁ ଥିଲା। ସେହି କୂ ଅ
ନିକଟରେ ଶମିରୋଣ ଅଞ୍ଚଳର ଜଣେ ସ୍ତ୍ରୀ ଲୋକକୁ ଯୀଶୁ ଭେଟିଲେ ଓ ତାହା ନିକଟରେ ସୁସମାଚାର ପ୍ରଚାର
କଲେ, ସେଥିରେ ସେହି ସ୍ତ୍ରୀ ଲୋକ ସୁସମାଚାର ବିଶ୍ୱାସ କରି ପରିତ୍ରାଣ ପାଇଲା।

ଶିଲୋହ ପୋଖରୀ- ୯:୧-୭)


ଦିନେ, ଯୀଶୁ ଯାଉଥିବା ସମୟରେ, ଜଣେ ଜନ୍ମରୁ ଅନ୍ଧ ଲୋକକୁ ଦେଖିଲେ। ଆଉ, ଯୀଶୁ ମାଟିରେ ଛେପ
ପକାଇଲେ ଓ ସେଥିରେ କାଦୁ ଅ କରି ତାହା ସେହି ଲୋକର ଆଖିରେ ଲଗାଇଦେଲେ, ପୁଣି ସେହି ଲୋକକୁ
କହିଲେ, “ଯାଅ, ଶିଲୋହ (ଯାହାର ଅର୍ଥ ‘ପ୍ରେରିତ’) ନାମକ ପୋଖରୀରେ ଧୋଇପକାଅ। ତେଣୁ ସେ ଯାଇ
ଧୋଇପକାଇଲା ଏବଂ ଦେଖି ପାରିଲା ଓ ନିଜ ଘରକୁ ଫେରିଗଲା।
ଯିରୁଶାଲମ ନଗରରେ ପାଣି ସଂରକ୍ଷଣ କରି ରଖିବାକୁ , ପୁରାତନ ନିୟମ ସମୟରେ ରାଜା ହିଜକିୟ ଏହି
ପୋଖରୀ ଖୋଳାଇଥିଲେ। ମାଟି ଭିତରେ ଭିତରେ କେନାଲ ଖୋଳି ଗିହନ ନାମକ ନଦୀ ଦ୍ୱାରା ଏହି
ପୋଖରୀକୁ ସଂଯୋଗ କରାଯାଇଥିଲା। ଯାହାଦ୍ୱାରା ସେହି ନଦୀର ପାଣି ଆସି ଏଠାରେ ପୂର୍ଣ୍ଣ ହୋଇ
ରହୁ ଥିଲା। ଏହି ପୋଖରୀର ପାଣିକୁ ପବିତ୍ର ପାଣି ରୂପେ ମାନ୍ୟ କରାଯାଉଥିଲା।

ଯିରୁଶାଲମ ମନ୍ଦିର ଉତ୍ସର୍ଗ ପର୍ବ ( ୧୦:୨୨)


ଯିରୁଶାଲମ ନଗରରେ ଥିବା ମନ୍ଦିରକୁ ଏହି ଦିନ ଉସ୍ତ୍ରର୍ଗ କରାଯାଇଥିଲା। ଏହି ଦିନ ହିଁ ଇସ୍ରାଏଲ ଲୋକମାନେ
ଶଷ୍ୟ ଅମଳର ପର୍ବ ବା ପେଣ୍ଟିକଷ୍ଟ ପର୍ବ ପାଳନ କରିଥାଆନ୍ତି। ଏହି ପର୍ବକୁ ଇସ୍ରାଏଲ ଲୋକମାନେ ହନୁ କା ପର୍ବ
ବୋଲି କହନ୍ତି। ପ୍ରାୟ ଖ୍ରୀଷ୍ଟ ପୂର୍ବ ୨୦୦ରେ ଗ୍ରୀକ୍‌ ଶାସକ ଆନ୍ତିୟୋକ ୫ମ ଏପାଫାନି ଇସ୍ରାଏଲ ଦେଶ
ଅଦିକାର କରି ଯିରୁଶାଲମ ମନ୍ଦିରରେ ଘୁଷୁରି ମାଂସ ଉତ୍ସର୍ଗ କରି ଏହାକୁ ଅଶୁଚ ି କରିଥିଲେ। କିନ୍ତୁ , ଖ୍ରୀଷ୍ଟ ପୂର୍ବ
୧୬୫ ରେ ଯୁଦାସ ମାକାବିଆସ ନାମକ ଜଣେ ଯିହୁଦୀ ଲୋକଙ୍କ ନେତୃ ତ୍ୱରେ ଯିହୁଦୀ ଲୋକମାନେ ଏହି
ମନ୍ଦିର ପୁଣି ଥରେ ଅଧିକାର କଲେ, ଆଉ, ଏହାକୁ ପୁଣିଥରେ ଈଶ୍ୱରଙ୍କର ଉପାସନା ନିମନ୍ତେ ଉତ୍ସର୍ଗକଲେ।
ଏହି ପର୍ବକୁ ଯିହୁଦୀ ଲୋକମାନେ ମହା ଆନନ୍ଦରେ ପାଳନ କରନ୍ତି।

ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ କାର୍ଯ୍ୟ ବିଷୟରେ ଯୋହନ ସୁସମାଚାରରେ ବର୍ଣ୍ଣନା

ପିତା, ପୁତ୍ର ଏବଂ ପବିତ୍ର ଆତ୍ମା ଈଶ୍ୱରଙ୍କୁ ତ୍ରିତ୍ୱ ଈଶ୍ୱର ବା ତ୍ରି ଏକ ଈଶ୍ୱର କୁ ହାଯାଏ। ଏହାର ଅର୍ଥ ତିନରେ
ି ଏକ
ଈଶ୍ୱର। ଅନ୍ୟ ଅର୍ଥରେ କହିଲେ, ଜଣେ ଈଶ୍ୱର କିନ୍ତୁ, ତିନ ି ବ୍ୟକ୍ତିତ୍ୱ। ବାଇବଲର କୌଣସି ସ୍ଥାନରେ ତ୍ରିତ୍ୱ ବା ତ୍ରି
ଏକ ଶବ୍ଦ ବ୍ୟବହାର କରାଯାଇ ନାହିଁ, କିନ୍ତୁ, ଏହି ଶବ୍ଦଗୁଡ଼କ
ି ହେଉଛି ପାରମାର୍ଥିକ ବିଦ୍ୟାର ଶବ୍ଦ। ଏହି ଜଣେ
ଈଶ୍ୱର ତିନ ି ବ୍ୟକ୍ତିତ୍ୱରେ କିପରି କାର୍ଯ୍ୟ କରନ୍ତି ତାହା ତଳେ ଦିଆଗଲା।

କାର୍ଯ୍ୟ ପିତା ଈଶ୍ୱର ପୁତ୍ର ଈଶ୍ୱର ପବିତ୍ର ଆତ୍ମା ଈଶ୍ୱର


ଜୀବନ ଦିଅନ୍ତି ୫:୨୧, ୨୬,୬:୩୩, ୫:୨୧, ୨୫-୨୬, ୩:୬, ୮, ୬:୬୩
୧୭:୩ ୪୦, ୬:୩୩, ୧୭:୩
ଭବିଷ୍ୟତର ବିଷୟ ୧:୩୩ ୧୩:୧୯,୨୬, ୩୬- ୧୬:୧୩
ପ୍ରକାଶ କରନ୍ତି ୩୯, ୧୪:୩, ୨୯,
୧୬:୧-୪, ୧୬-୨୮,
୩୨, ୨୦:୧୮
ବିଶ୍ୱାସୀମାନଙ୍କ ସହିତ ୧୪:୨୩, ୧୪:୨୦, ୨୩, ୧୪:୧୭
ବାସ କରନ୍ତି ୧୫:୪-୭, ୧୭:୨୩,
୨୬
ଶିଖାନ୍ତି ୬:୪୫, ୭:୧୬, ୧୭, ୭:୧୪, ୮:୨, ୧୪:୨୬
୮:୨୮ ୮:୨୦, ୧୩:୧୩-
୧୪
ଯୀଶୁଙ୍କ ବିଷୟରେ ୫:୩୨, ୩୭, ୮:୧୨-୧୪, ୧୮ ୧୫:୨୬
ସାକ୍ଷ୍ୟ ଦିଅନ୍ତି ୬:୨୭,୮:୧୮
ଯୀଶୁଙ୍କୁ ଗୌରବ କରନ୍ତି ୫:୨୨-୨୩, ୮:୫୦, ୧:୧୪, ୨:୧୧, ୧୩: ୧୬:୧୪
୫୪, ୧୩:୩୧-୩୨, ୩୧-୩୨, ୧୭: ୫,
୧୭:୧,୨୨ ୨୪

ପିତା ଈଶ୍ୱର ଓ ପୁତ୍ର ଈଶ୍ୱର କରୁଥିବା କାର୍ଯ୍ୟ


କାର୍ଯ୍ୟ ପିତା ପୁତ୍ର
ପିତାଙ୍କୁ ଗୌରବ ଦିଅନ୍ତି ୪:୨୩, ୧୨:୨୮, ୨:୧୬, ୯:୩-୪, ୧୧:୪୦, ୧୨:୨୮,
୧୩:୩୧-୩୨ ୧୩:୩୧-୩୨, ୧୪:୧୩, ୧୭:୧, ୪-୫
ପବିତ୍ର ଆତ୍ମା ଦାନ ୩:୩୪, ୧୪:୧୬ ୪:୧୦-୧୪, ୭:୩୭-୩୯, ୨୦:୨୨
କରନ୍ତି
ପବିତ୍ର ଆତ୍ମାଙ୍କୁ ପଠାନ୍ତି ୧୪:୨୬ ୧୫:୨୬, ୧୬:୭

ପୁତ୍ର ଈଶ୍ୱର ଓ ପବିତ୍ର ଆତ୍ମା ଈଶ୍ୱର କରୁଥିବା କାର୍ଯ୍ୟ


କାର୍ଯ୍ୟ ପୁତ୍ର ଈଶ୍ୱର ପବିତ୍ର ଆତ୍ମା ଈଶ୍ୱର
ପିତା ଈଶ୍ୱର ଦାନ କରନ୍ତି ୩:୧୬ ୪:୧୦-୧୪, ୧୪:୧୬
ପିତା ଈଶ୍ୱର ୩:୧୭, ୪:୩୪, ୫:୨୩-୨୪, ୩୬, ୬:୨୯, ୧୪:୨୬, ୧୫:୨୬
ପଠାଇଥାଆନ୍ତି ୫୭, ୭:୨୮-୨୯, ୩୩, ୮:୧୬, ୨୬, ୨୯,
୪୨, ୯:୪, ୧୦:୩୬, ୧୧:୪୨, ୧୨: ୪୪-
୪୫, ୧୩: ୨୦, ୧୫:୨୧, ୧୭:୩, ୮:୧୮,
୨୩, ୨୫, ୨୦:୨୧
ନିଜଠାରୁ ନ କହି ୫:୧୯, ୩୦, ୬:୩୮, ୭:୧୬, ୧୨:୩୯-୫୦ ୧୬:୧୩
ପିତାଙ୍କଠାରୁ ଶୁଣି
କହନ୍ତି
ଯାହା ପିତା କହିବାର ୩:୩୨, ୩୪, ୫:୩୦, ୮:୨୬, ୪୦, ୧୨:୫୦, ୧୬:୧୩
ଶୁଣନ୍ତି ତାହା କହନ୍ତି ୧୫:୧୫
ଜଗତର ପାପ, ଧାର୍ମିକତା ୩:୧୯-୨୦, ୪:୧୬, ୧୮, ୫:୨୭, ୮:୭, ୧୬:୭-୧୧
ଏବଂ ବିଚାର ବିଷୟରେ ୮:୩୪, ୪୦, ୧୧:୪୦, ୧୨:୭-୮, ୧୩:୮
ପ୍ରମାଣ ଦିଅନ୍ତି
ବିଶ୍ୱାସୀମାନଙ୍କ ନିମନ୍ତେ ୧:୧୨, ୧:୧୦-୧୧ ୭:୩୯, ୧୪:୧୭
ଦିଆଯାଇଛନ୍ତି
ପିତା ଈଶ୍ୱରଙ୍କ ବିଷୟରେ ୧:୧୮ ୧୬:୧୩-୧୪
ପ୍ରକାଶ କରନ୍ତି

ଯୀଶୁ ହେଉଛନ୍ତି ଈଶ୍ୱର ଏହାର ପ୍ରମାଣ

ଶାସ୍ତ୍ରାଂଶ ବର୍ଣ୍ଣନା
ଯୋହନ ୧:୧ ସୃଷ୍ଟି ଆଗରୁ ବାକ୍ୟ ଥିଲେ। ସେହି ବାକ୍ୟ ଈଶ୍ୱରଙ୍କ ସହିତ ଥିଲେ, ପୁଣି ସେହି ବାକ୍ୟ
ଈଶ୍ୱର ଥିଲେ।
ଯୋହନ ୧:୧୮ କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ, ମାତ୍ର, ପିତା ଈଶ୍ୱରଙ୍କ ସହିତ ଘନିଷ୍ଠ ସମ୍ପର୍କ ଥିବା
ସେହି ଏକମାତ୍ର ପୁତ୍ର, ଯିଏ ନିଜେ ଈଶ୍ୱର ଅଟନ୍ତି, ସେ ତାଙ୍କୁ ପ୍ରକାଶକରିଅଛନ୍ତି।
ଯୋହନ ୨୦:୨୮ ଥୋମା ତାଙ୍କୁ କହିଲେ, “ହେ ମୋର ପ୍ରଭୁ, ମୋର ଈଶ୍ୱର!”
ରୋମି ୯:୫ ଆଉ ସେମାନେ ପିତୃପୁରୁଷ ଅବ୍ରାହାମ, ଇସାହାକ୍ ଓ ଯାକୁ ବଙ୍କର ବଂଶଧର ଅଟନ୍ତି।
ପୁଣି ଯୀଶୁ ମନୁ ଷ୍ୟ ହୋଇ ସେମାନଙ୍କ ବଂଶରେ ଜନ୍ମହେଲେ। ଏହି ଯୀଶୁ ଖ୍ରୀଷ୍ଟ ନିଜେ
ଈଶ୍ୱର ଅଟନ୍ତି। ପ୍ରତ୍ୟେକ ବିଷୟ ଉପରେ ଶାସନ କରୁଥିବା ଏହି ଈଶ୍ୱର ଯୁଗେ ଯୁଗେ
ପ୍ରଶଂସା ପାଇବାକୁ ଯୋଗ୍ୟ ଅଟନ୍ତି। ଆମେନ୍‍।
ତିତସ ୨:୧୩ ଆମ୍ଭେମାନେ ଆମ୍ଭମାନଙ୍କର ମହାନ୍ ଈଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟ ଆଉ ଥରେ
ଆସିବାର ସେହି ଗୌରବମୟ ଦିନକୁ ଭରସାର ସହିତ ଅପେକ୍ଷା କରୁ କରୁ ଜୀବନ
କାଟୁ।
ଏବ୍ରି ୧:୮ ଈଶ୍ୱର ନିଜର ପୁତ୍ର ଯୀଶୁଙ୍କ ବିଷୟରେ ଏହିପରି କହନ୍ତି, “ହେ ଈଶ୍ୱର ତୁ ମ୍ଭର ସିଂହାସନ
ଯୁଗ ଯୁଗ ଯାଏଁ ରହିବ, ଆଉ ତୁ ମ୍ଭେ ନିଜ ରାଜ୍ୟକୁ ଧାର୍ମିକ ଓ ନ୍ୟାୟ ଭାବରେ ଶାସନ
କରିବ।
୨ପିତର ୧:୧ ମୁଁ ଶିମୋନ ପିତର, ଯୀଶୁ ଖ୍ରୀଷ୍ଟଙ୍କର ଜଣେ ଦାସ ଓ ପ୍ରେରିତ, ଏହି ଚିଠି ତୁ ମ୍ଭମାନଙ୍କ
ନିକଟକୁ , ଅର୍ଥାତ୍ ଯେଉଁମାନେ ଆମ୍ଭମାନଙ୍କ ସହିତ ସମାନ ଭାବରେ ଏହି ମୂଲ୍ୟବାନ
ବିଶ୍ୱାସର ଅଂଶୀ ହୋଇଛନ୍ତି, ସେମାନଙ୍କ ନିକଟକୁ ଲେଖୁଅଛି। ଏହି ବହୁ ମୂଲ୍ୟ ବିଶ୍ୱାସ,
ଆମ୍ଭମାନଙ୍କ ଈଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟ ନିଜର ନ୍ୟାୟ ଓ ଉଦାର ଗୁଣରେ
ଭେଦଭାବ ନ ରଖି ତୁ ମ୍ଭମାନଙ୍କୁ ଦେଇଅଛନ୍ତି।

ଯୀଶୁ ହେଉଛନ୍ତି ଉଦ୍ଧାରକର୍ତ୍ତା ଓ ପ୍ରଭୁ, ଏହାର ସାତୋଟି ଚିହ୍ନ

କ୍ରମିକ ଆଶ୍ଚର୍ଯ୍ୟ କର୍ମ ଶାସ୍ତ୍ରାଂଶ


ସଂଖ୍ୟା
୧ ପାଣିକୁ ଦ୍ରାକ୍ଷାରସ କଲେ ଯୋହନ ୨:୧-୧୧
୨ ରାଜକର୍ମଚାରୀଙ୍କର ପୁତ୍ରଙ୍କୁ ସୁସ୍ଥକଲେ ଯୋହନ ୪:୪୬-୫୪
୩ ଅଠତିରଶ
ି ବର୍ଷ ଧରି ରୋଗରେ ପଡ଼ିଥିବା ଲୋକକୁ ସୁସ୍ଥକଲେ ଯୋହନ ୫:୧-୧୫
୪ ପାଞ୍ଚହଜାରରୁ ଅଧିକ ଲୋକଙ୍କୁ ଖୁଆଇଲେ ଯୋହନ ୬:୫-୧୩
୫ ପାଣି ଉପରେ ଚାଲିଲେ ଯୋହନ ୬:୧୬-୨୧
୬ ଜନ୍ମରୁ ଅନ୍ଧ ଲୋକର ଆଖି ଫି ଟାଇଦେଲେ ଯୋହନ ୯:୧-୭
୭ ମୃତ୍ୟୁବରଣ କରି ଚାରି ଦିନ ହୋଇଥିବା ଲାଜାର ନାମକ ବ୍ୟକ୍ତିଙ୍କୁ ଯୋହନ ୧୧:୧-୪୪
ମୃତ୍ୟୁରୁ ଉଠାଇଲେ
ଯୀଶୁ ଜାଗତିକ ବିଷୟର ଉଦାହରଣ ଦେଇ ଆତ୍ମିକ ଶିକ୍ଷା ଦେଇଥିବା ବିଷୟଗୁଡ଼କ
ି

ଜାଗତିକ ବିଷୟର ଆତ୍ମିକ ଶିକ୍ଷା ଶାସ୍ତ୍ରାଂଶ


ନାମ
ଆଲୁ ଅ ଈଶ୍ୱରଙ୍କ ଜ୍ଞାନ ଓ ଉପସ୍ଥିତି, ପୁଣି ନୈତକ
ି ୧:୪-୫,୭-୯,୩:୧୯-୨୧,
ଶୁଦ୍ଧତା ୮:୧୨,୯:୫,୧୧:୯-୧୦,
୧୨:୩୫ -୩୬, ୪୬, ( ଆହୁ ରି
ଦେଖନ୍ତୁ- ୧ ଯୋହନ ୨:୮-୯)
ଯେରୁଶାଲମ ମନ୍ଦିର ଖ୍ରୀଷ୍ଟଙ୍କ ଜାଗତିକ ଶରୀର ୨:୧୯-୨୨
ଶାରୀରିକ ଜନ୍ମ ଆତ୍ମିକ ଜନ୍ମ, ନୂ ତନ ଜନ୍ମ ହେବା ୧:୧୩, ୩:୩-୮, ୬:୬୩ (
ଆହୁ ରି ଦେଖନ୍ତୁ- ୧ ଯୋହନ
୩:୯, ୪:୭, ୫:୧-୧୮, ୩:୮)
ପବନ ପବିତ୍ର ଆତ୍ମା ୩:୮
ପାଣି ବିଶ୍ୱାସୀମାନଙ୍କ ମଧ୍ୟରେ ବାସ କରୁଥିବା ୪:୭-୧୫, ୭:୩୭-୩୯,
ପବିତ୍ର ଆତ୍ମା (ଆହୁ ରି ଦେଖନ୍ତୁ- ୧ ଯୋହନ
୫:୬, ୮)
ଖାଦ୍ୟ ଈଶ୍ୱରଙ୍କ ଇଛା ସାଧନ କରିବା ହିଁ ଆତ୍ମିକ ଯୋହନ ୪:୩୧-୩୪
ଖାଦ୍ୟ
ରୋଟୀ ଯୀଶୁ ନିଜେ ଆତ୍ମିକ ରୋଟୀ ଅଟନ୍ତି ୬:୩୨-୫୧, ୫୮
ମାଂସ ଓ ରକ୍ତ ଯୀଶୁଙ୍କ ମୃତ୍ୟୁ ୬:୫୩-୫୬ ( ଆହୁ ରି ଦେଖନ୍ତୁ
୧ ଯୋହନ ୧:୭, ୫:୬,୮)
ଦ୍ୱାର ଯୀଶୁଙ୍କଠାରେ ଅନନ୍ତ ଜୀବନକୁ ଯିବାକୁ ୧୦:୧-୯
ରାସ୍ତା ଅଛି
ପାଳକ ଯୀଶୁ ବିଶ୍ୱାସୀମାନଙ୍କ ନିମନ୍ତେ ନିଜେ ବଳି ୧୦:୧୧-୧୮,୨୬-୨୮,
ରୂପେ ମୃତ୍ୟୁବରଣ କରିବା ସହିତ ୨୧:୧୫-୧୭
ସେମାନଙ୍କର ଯତ୍ନ ନିଅନ୍ତି
ଦ୍ରାକ୍ଷାଲତା ତାହାଙ୍କ ପଛେ ପଛେ ଯାଉଥିବା ୧୫:୧-୧୧
ବିଶ୍ୱାସୀମାନଙ୍କ ସହିତ ଯୀଶୁଙ୍କର ସମ୍ପର୍କ
ପାତ୍ର ପାପ ପ୍ରତି ଈଶ୍ୱରଙ୍କ କ୍ରୋଧ ୧୮:୧୧
ଶ୍ୱାସ ବାୟୁ ବିଶ୍ୱାସୀମାନଙ୍କ ନିକଟକୁ ପବିତ୍ର ଆତ୍ମା ୨୦:୨୨
ଆସିବା ବିଷୟ

ଯୀଶୁ ଯେ ପ୍ରଭୁ ଅଟନ୍ତି, ସେ ବିଷୟରେ ସାକ୍ଷ୍ୟ

କ୍ରମିକ ସାକ୍ଷ୍ୟ ଶାସ୍ତ୍ରାଂଶ


ସଂଖ୍ୟା
୧ ଡୁବକ ଯୋହନ ୫:୩୨-୩୬, ୧୭:୮, ୧୫, ୧୯, ୩୨-୩୪,
୩:୩୬
୨ ଯୀଶୁଙ୍କର ନିଜର କାର୍ଯ୍ୟ ୫:୩୬, ୧୦:୨୫, ୩୨, ୩୭-୩୮, ୧୫:୨୪
୩ ପିତା ଈଶ୍ୱର ୫:୩୭-୩୮, ୮:୧୮
୪ ଧର୍ମ ଶାସ୍ତ୍ର ୫:୩୯, ୪୫-୪୭
୫ ଯୀଶୁ ନିଜେ ୩:୧୧, ୩୨, ୮:୧୪, ୧୮, ୧୮:୩୭
୬ ପବିତ୍ର ଆତ୍ମା ୧୪:୨୬, ୧୫:୨୬, ୧୬:୮-୧୧, ୧୩-୧୪
୭ ଶିଷ୍ୟମାନେ, ବିଶେଷ ଭାବରେ ଯୋହନ ୧୫: ୨୭, ୧୯: ୩୫,, ୨୧:୨୪

ଯୀଶୁଙ୍କର ମୁଁ ବାକ୍ୟ


କ୍ରମିକ ବାକ୍ୟ ଶାସ୍ତ୍ରାଂଶ
ସଂଖ୍ୟା
୧ ମୁଁ ପ୍ରକୃ ତ ଦ୍ରାକ୍ଷାଲତା ୧୫:୧
୨ ମୁଁ ପଥ, ସତ୍ୟ ଓ ଜୀବନ ୧୪:୬
୩ ମୁଁ ହେଉଛି ଉତ୍ତମ ପାଳକ ୧୦:୧୧-୧୪
୪ ମୁଁ ପୁନରୁତ୍‍ଥାନ ଓ ଜୀବନ ୧୧:୨୫
୫ ମୁଁ ହେଉଛି ମେଷମାନଙ୍କର ଦ୍ୱାର ୧୦:୭,୯
୬ ମୁଁ ହେଉଛି ଜୀବନ ଦେଉଥିବା ଖାଦ୍ୟ ୬:୩୫, ୪୮, ୫୧
୭ ମୁଁ ଜଗତର ଲୋକମାନଙ୍କ ପାଇଁ ଆଲୁ ଅ ଅଟେ ୮:୧୨, ୯:୫

ମହାଯାଜକୀୟ ପ୍ରାର୍ଥନାରେ ଯୀଶୁ ପ୍ରକାଶ କରିଥିବା କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ


ପିତା ଈଶ୍ୱର ପୁତ୍ର ଈଶ୍ୱରଙ୍କୁ ନିମ୍ନ ବିଷୟ ଦିଅନ୍ତି ଶାସ୍ତ୍ରାଂଶ
ଯୀଶୁଙ୍କୁ ପିତା ଈଶ୍ୱର ବାକ୍ୟ ଦିଅନ୍ତି ୧୭:୮
ଯୀଶୁଙ୍କୁ ପିତା ଈଶ୍ୱର ଗୌରବ ଦିଅନ୍ତି ୧୭:୨୨-୨୪
ଯୀଶୁଙ୍କୁ ପିତା ଈଶ୍ୱର ନାମ ପ୍ରଦାନ କରନ୍ତି ୧୭:୧୧-୧୨
ଯୀଶୁଙ୍କୁ କାର୍ଯ୍ୟ ସାଧନ କରିବାକୁ ପିତା ଈଶ୍ୱର ଦିଅନ୍ତି ୧୭:୪
ପିତା ଈଶ୍ୱର ଏହି ଜଗତର ଲୋକମାନଙ୍କୁ ଯୀଶୁଙ୍କୁ ଦିଅନ୍ତି ୧୭:୨,୬,୯,୨୪
ପ୍ରଭୁ ଯୀଶୁ ବିଶ୍ୱାସୀମାନଙ୍କୁ ଅନନ୍ତ ଜୀବନ ଦେବାକୁ ପିତା ଈଶ୍ୱର ଅଧିକାର ଦିଅନ୍ତି ୧୭:୨

ପୁତ୍ର ଈଶ୍ୱର ଯୀଶୁ ବିଶ୍ୱାସୀମାନଙ୍କୁ ନିମ୍ନ ବିଷୟ ପ୍ରଦାନ କରନ୍ତି


ଗୌରବ ୧୭:୨୨
ଅନନ୍ତ ଜୀବନ ୧୭:୨
ପିତା ଈଶ୍ୱରଙ୍କ ବାକ୍ୟ ୧୭:୮, ୧୪
ତାହାଙ୍କୁ ଗୌରବ ପ୍ରଦାନ କରିବାକୁ ୧୭:୧,୫
ପିତା ଈଶ୍ୱରଙ୍କ ନାମ ପ୍ରକାଶ କରନ୍ତି ୧୭:୬, ୨୬
ପିତା ନିଜ ନାମରେ ବିଶ୍ୱାସୀମାନଙ୍କୁ ରକ୍ଷା କରିବାକୁ ୧୭:୧୧
ଶୟତାନଠାରୁ ବିଶ୍ୱାସୀମାନଙ୍କୁ ରକ୍ଷା କରିବାକୁ ୧୭:୧୫
ବିଶ୍ୱାସୀମାନଙ୍କୁ ସତ୍ୟ ଦ୍ୱାରା ପବିତ୍ର କରିବାକୁ ୧୭:୧୭
ବିଶ୍ୱାସୀମାନଙ୍କୁ ଏକ କରିବାକୁ ୧୭:୨୧

ଯୀଶୁଙ୍କର ବିଶ୍ୱାସୀମାନେ ଏବଂ ଏହି ଜଗତ


ବିଶ୍ୱାସୀମାନଙ୍କୁ ଏହି ଜଗତକୁ ପଠାଯାଇଅଛି ୧୭:୧୮
ସେମାନେ ଏହି ଜଗତରେ ଅଛନ୍ତି ୧୭:୧୧
ସେମାନେ ଏହି ଜଗତର ଲୋକ ନୁ ହନ୍ତି ୧୭:୧୬
ଏହି ଜଗତ ସେମାନଙ୍କୁ ଘୃଣା କରିଥାଏ ୧୭:୧୪
ି ହେବା ଦ୍ୱାରା ଏହି ଜଗତ ୧୭:୨୧
ବିଶ୍ୱାସୀମାନେ ପରସ୍ପର ଏକ ହେବା ଓ ଈଶ୍ୱରଙ୍କ ସହିତ ମିଳତ
ବିଶ୍ୱାସ କରିଥାଏ ଯେ ଯୀଶୁଙ୍କୁ ପିତା ଈଶ୍ୱର ପଠାଇଛନ୍ତି

ଯୋହନ ସୁସମାଚାର ୧୦ ଟି ଗୁରୁତ୍ୱପୂର୍ଣ୍ଣ ବିଷୟ


କ୍ରମିକ
ବିଷୟ ଶାସ୍ତ୍ରାଂଶ
ସଂଖ୍ୟା
୧ ଯୀଶୁଙ୍କଠାରେ ଆମ୍ଭମାନଙ୍କ ଜୀବନ ବିଷୟରେ ଯୋହନ ଗୁରୁତ୍ୱ ଦେଇ ଯୋହନ ୧୪:୬
ଲେଖିଛନ୍ତି
୨ ଯୀଶୁଙ୍କୁ ସୂଚାଇବାକୁ ଯୋହନ ଅନେକ ରୂପକ ଶବ୍ଦ ବ୍ୟବହାର କରିଛନ୍ତି ୬:୩୫, ୮:୧୨,
୧୫:୫
୩ ଶିଷ୍ୟମାନେ ଜଣେ ଅନ୍ୟ ଜଣକୁ ଯୀଶୁଙ୍କ ନିକଟରେ ପରିଚୟ କରାଉଥିବା ୧:୪୧,୪୫
ବିଷୟ ଯୋହନ ଲେଖନ୍ତି
୪ ଯେଉଁମାନେ ଯୀଶୁଙ୍କୁ ଦେଖି ନ ଥିଲେ କିମ୍ବା ଯୀଶୁଙ୍କ ବିଷୟରେ ଜାଣି ନ ୨୦:୨୮
ଥିଲେ, ସେମାନଙ୍କ ପାଇଁ ଯୋହନ ଲେଖିଛନ୍ତି
୫ ି ଉଲ୍ଲେଖ କରିବା ଉପରେ ଗୁରୁତ୍ୱ ନ ୨୦:୩୦-୩୧
ଯୀଶୁ କରିଥିବା ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼କ
ଦେଇ ଯୀଶୁ ଯେ ମଶିହ ବା ଉଦ୍ଧାରକର୍ତ୍ତା ଅଟନ୍ତି, ସେ ଉପରେ ଯୋହନ
ଗୁରୁତ୍ୱ ଦେଇଛନ୍ତି
୬ ଲୋକମାନଙ୍କ ସହିତ ଯୀଶୁ ପ୍ରେମରେ କଥାବାର୍ତ୍ତା ହେବା ବିଷୟକୁ ଗୁରୁତ୍ୱ ୪:୨୫-୨୬
ଦେଇ ଯୋହନ ଲେଖିଛନ୍ତି
୭ ଲୋକମାନେ ଯେପରି ଯୀଶୁଙ୍କଠାରେ ବିଶ୍ୱାସ କରି ଉଦ୍ଧାର ପାଇବେ ବା ୨୦:୨୯-୩୧
ପରିତ୍ରାଣ ପାଇବେ, ସେ ଉପରେ ଯୋହନ ଅଧିକ ଗୁରୁତ୍ୱ ଦେଇଛନ୍ତି
୮ ଯୀଶୁଙ୍କର ସେବାକାର୍ଯ୍ୟ ଓ ପ୍ରଚାରର ଇତିହାସକୁ ଲେଖିବା ଉପରେ ଗୁରୁତ୍ୱ ୧:୧-୫, ୩:୩-
ନ ଦେଇ ଈଶ୍ୱରଙ୍କ ଗଭୀର କଥା ଉପରେ ଯୋହନ ଗୁରୁତ୍ୱ ଦେଇଛନ୍ତି ୧୪
୯ ଯୀଶୁ ଓ ଯୀଶୁଙ୍କର ଶିକ୍ଷା ବିଷୟରେ ଲୋକମାନେ କିପରି ଭୁଲ୍‌ ବୁ ଝୁଥିଲେ, ୩:୪
ସେ ବିଷୟରେ ଯୋହନ ଗୁରୁତ୍ୱ ଦେଇଛନ୍ତି
୧୦ ଯୀଶୁଙ୍କୁ ଯୋହନ ଈଶ୍ୱରଙ୍କ ବାକ୍ୟ ଏବଂ ସ୍ୱୟଂ ଈଶ୍ୱର ଭାବରେ ଉପସ୍ଥାପନ ୧:୧-୫
କରିଛନ୍ତି

ଯୋହନ ସୁସମାଚାରର ୭ଟି ଆଶ୍ଚର୍ଯ୍ୟ କର୍ମ


କ୍ରମିକ ଆଶ୍ଚର୍ଯ୍ୟ କର୍ମ ଶାସ୍ତ୍ରାଂଶ
ସଂଖ୍ୟା
୧ କାନ୍ନା ନଗରରେ ପାଣିକୁ ଦ୍ରାକ୍ଷାରସ କଲେ ୨: ୧-୮
୨ ପାଞ୍ଚ ହଜାର ଲୋକଙ୍କୁ ଭୋଜନ କରାଇଲେ ୬:୧-୧୩
୩ ଜନ୍ମରୁ ଅନ୍ଧ ଲୋକର ଆଖି ଫି ଟାଇଦେଲେ ୯:୧-୭
୪ ପକ୍ଷାଘାତ ରୋଗୀକୁ ସୁସ୍ଥକଲେ ୫:୧-୯
୫ ରାଜକର୍ମଚାରୀଙ୍କର ପୁଅକୁ ସୁସ୍ଥକଲେ ୪: ୪୩-୫୨
୬ ଯୀଶୁ ପାଣି ଉପରେ ଚାଲିଲେ ୬:୧୬-୨୧
୭ ମୃତ ଲାଜାରଙ୍କୁ ମୃତ୍ୟୁରୁ ଉଠାଇଲେ ୧୧:୧-୫୪

You might also like