Download as docx, pdf, or txt
Download as docx, pdf, or txt
You are on page 1of 9

ଓଁ ଶ୍ରୀସାଇରାମ

ଶ୍ରୀ ସତ୍ୟସାଇ ଦିବ୍ୟ ପାଦୁକା ଯାତ୍ରା ଉପଲକ୍ଷେ ପାଲା ପରିବେଶଣ

ମଙ୍ଗଳାଚରଣ:

ମଙ୍ଗଳଂ ଭଗବାନ ବିଷ୍ଣଂ ମଙ୍ଗଳଂ ଗରୁଡ ଧ୍ୱଜ ।

ମଙ୍ଗଳଂ ପୁଣ୍ଡରୀକାକ୍ଷ ମଙ୍ଗଳଂ ମଧୁସୂଦନ ।

ମାଧବୋ ମାଧବୋ ନିତ୍ୟ ମାଧବୋ ମାଧବୋ ହରିଃ ।

ସ୍ମରନ୍ତି ସାଧବା ନିତ୍ୟ ସର୍ବକାର୍ଯ୍ୟେଷୁ ମାଧବ ।

ବିନାୟକଂ ଗୁରୁଂ ଭାନୁଂ ବ୍ରହ୍ମା ବିଷ୍ଣ ମହେଶ୍ୱର ।

ସରସ୍ୱତୀଂ ପ୍ରଣମାଦ୍ଯୋ ସର୍ବ କାର୍ଯ୍ୟାର୍ଥ ସିଦ୍ଧୟେ ।

ମଙ୍ଗଳଂ ଗୁରୁଦେବାୟ ମଙ୍ଗଳଂ ଜ୍ଞାନ ଦାୟିନେ ।

ମଙ୍ଗଳଂ ପର୍ତି ବାସାୟ ମଙ୍ଗଳଂ ସତ୍ୟସାୟିନେ ।

ପ୍ରାରମ୍ଭିକ ସୁଚନା: ବଳବନ୍ତ ବାହୁ ମୋ ଜଗା କାଳିଆରେ ମୋ ଜଗା କାଳିଆରେ ....

ନାହିଁ କେ ସାମନ୍ତ ଜଣେ ତୋ ଭଳିଆରେ .... ମୋ ଜଗା କାଳିଆରେ......

ଶୁଣୁଥିବେ ଭକ୍ତଗଣ ଦେଇ ମନ କର୍ଣ । ଯାହା ଯାହା ଆଲୋଚନା କରିବି ବଖାଣ ।

ନୁହେଁ ପାଲା ବାଲା ମୁହିଁ ପ୍ରସିଦ୍ଧ ଗାୟକ । ସାଇଙ୍କ ଭକତ ତାଙ୍କ ବାରତା ବାହାକ ।
ସାଇଙ୍କପାଦରେ ମୋର ଏତିକି ମୀନତି । ମୋ କଣ୍ଥରେ ବସ ପ୍ରଭୁ ବ୍ରହ୍ମାଣ୍ଡର ପତି ।

ଯେଉଁ ପାଦ ବଳୀଙ୍କୁ ପାତାଳେଚା ରଖିଥିଲା । ସେଇ ପାଦ ସ୍ପର୍ଶେ ହେଲା ପଥର ଅବଳା ।

ନନ୍ଦି ଗ୍ରାମେ ଭରତ ଯେପାଦ ପୂଜିଥିଲା । ସେଇ ପାଦ ଆମ ଗାଁ ଦାଣ୍ଡକୁ ଆସିଲା ।

ସେଇ ପାଦ ତଳେ ମୁହିଁ କରୁଛି ଜୁହାର । ଶକ୍ତିଦିଅ ଗାଇବାକୁ ବ୍ରହ୍ମାଣ୍ଡ ଠାକୁର.... ।......ମୋଜଗା

କାଳିଆରେ

ଶ୍ରୀପାଦ ମହିମା ( ଧୀବର ଶ୍ରୀରାମ ଚନ୍ଦ୍ରଙ୍କୁ ଗଙ୍ଗାନଦୀ ପାର ହେବା କଥା )

ବଧିର ନୁହଁଇ ବୀର ବୋଇଲା ତହୁଁ ଧୀବର

ଶୁଣିଲିଣି ପଥରେ ... ପଥର ଅବଳା

ବାଲିପଡିତୋ ଚରଣୁ ଆଶଙ୍କା ଉପୁଜେ ଏଣୁ

ନଉକା ନାୟିକା ହେଲେ ବୁଡିବ ଭେଳା

ବୃତ୍ତି ଏ ମୋ ପୋଷେ କୁଟୁମ୍ବ ........

ବସାଇନ ଦେବି ପାଦ ନଧୋଇ ନାବ ।

ବଢାଇ ଦେଲେ ପୟର ,ଭାବଗ୍ରହୀ ରଘୁବୀର

ପୟରେ ଖ୍ୟାଳିତ କରି ବସନେ ପୋଛି

ବ୍ରହ୍ମାରେ ଧୌତ ଯେ ପାଦ ନୋହିଛି ଶିବେ ବିଷାଦ

ନପାଇ ଚରଣାମୃତ ପାନକୁ ଇଛି


ବିଜ୍ଞାନୀ କୈବର୍ତ୍ତ ଧୋଇଲା ...........

ବିଶ୍ୱେ ପତିତ ପାବନ ନାମ ରଖିଲା । (ବୈଦେହୀଶ ବିଲାଶ)

ଭରତଙ୍କ ଶ୍ରୀରାମ ପାଦୁକା ପୂଜା :

ପ୍ରଭୁକରି କୃପା ପାଁୱାରୀଁ ଦୀହ୍ନୀଁ

ସାଦର ଭରତ ସୀସଧରି ଲୀହ୍ନୀଁ । ଶ୍ରୀରାମ ଜୟରାମ ଜୟ ଜୟରାମ । (ରାମଚରିତ ମାନସ)



ଭଗବାନ ଶ୍ରୀ ସତ୍ୟସାଇ ବାବା ୧୯୭୨ ମସିହା ମେ ମାସ ୫ ତାରଖ ରାତିରେ ତାଙ୍କ ମାଆ

ଈଶ୍ୱରାମ୍ମାଙ୍କୁ ଶ୍ରୀରାମ ରୂପରେ ଦର୍ଶନଦେଇ ଥିଲେ ।ସେତିକି ନୁହେଁ , ସେ କହିଥିଲେ –“ଯେଉଁ

ଭଗବାନ ଧୃବକୁ ଦର୍ଶନ ଦେଇ ତା ମନସ୍କାମନା ପୂରଣ କରିଥିଲେ ।ଯେଉଁ ଭଗବାନ ସ୍ତମ୍ବରୁ

ବାହାରି ହିରଣ୍ଯ କଶିପୁର ବକ୍ଷ ବିଦାରଣ କରି ପ୍ରହଲ୍ଲାଦକୁ ରକ୍ଷାକରିଥିଲେ , ଯେଉଁ ଭଗବାନ

କୁରୁସଭାରେ କୋଟିବସ୍ତ୍ର ପ୍ରଦାନକରି ଦ୍ରୌପଦୀର ଲଜ୍ଜା ନିବାରଣ କରିଥିଲେ ,ସେହି ଭଗବାନ

ଆଜି ମଣିଷରୂପ ଧାରଣକରି ପୁଟ୍ଟପର୍ତ୍ତି ଗାଁ ଦାଣ୍ଡରେ ଭକ୍ତ ମାନଙ୍କ ଗହଣରେ ବୁଲୁଛନ୍ତି ।“

ତ୍ରେତୟା ମେ ରାମ ବନେ , ଦ୍ୱାପରମେ କୃଷ୍ଣ ବନେ

କଳିଯୁଗମେ ସାଇ ବନେ ଭକ୍ତୋଁକା କାମ ବନେ ।

ଜନ୍ମରହସ୍ୟ :

୧୯୧୮ ଦଶହରାଦିନ ଶିରିଡି ସାଇଙ୍କ ମହାପ୍ରୟାଣ ହେଲା । ଶରୀର ଛାଡିବା ପୂର୍ବରୁ କହିଥିଲେ

‘ “ମୁଁ ଆଠ ବର୍ଷ ପରେ ପୁଣି ଏହି ଭାରତରେ ଜନ୍ମ ନେବି“। ୧୯୨୬ ମସିହା ନଭେମ୍ବର ମାସ

୨୩ ତାରଖରେ ମାତା ଈଶ୍ୱରାମ୍ମା ଓ ପିତା ପେଦା ୱେଙ୍କାପା ରାଜୁଙ୍କ ଅଷ୍ଟମ ଗର୍ଭରୁ ବାବା ଜନ୍ମ

ନେଲେ । ଆନ୍ଧ୍ରପ୍ରଦେଶର ଅନନ୍ତ ପୁର ଜିଳ୍ଳାର ପୁଟପର୍ତ୍ତି ଗାଁ । ଶ୍ରୀରାମ ,ଶ୍ରୀକୃଷ୍ଣଙ୍କ ଜନ୍ମ ପରି

,ପ୍ରସବ ନୁହେଁ ବରଂ ପ୍ରବେଶ ପ୍ରକ୍ରିୟାରେ ତାଙ୍କର ଜନ୍ମ ହୋଇଥିଲା । ଜନ୍ମ ସମୟରେ
ଘରେଥିବା ବାଦ୍ୟ ଯନ୍ତ୍ରସବୁ ଆପେ ଆପେ ସୁମଧୁରସ୍ୱରରେ ବାଜିଉଠିଲା । ଶେଯପାଖରେ

ନାଗ ସାପ ରହୁଥିବାର ଅନେକ ବାର ଦେଖିବାକୁ ମିଳେ। ସେ ମାହାବିଷ୍ଣ ଅଥବା ମହାଦେବ ।

ମୋ ଆଗମନର ବାର୍ତ୍ତା:

୧୯୪୦ ମସିହା ମଇ ମାସ ୨୫ ତାରିଖ ରେ ଏକ ଚିଠି ମାଧ୍ୟମରେ ତାଙ୍କ ବଡଭାଇ ଶେଶମା

ରାଜୁଙ୍କୁ ଲେଖି ଜଣାଇଥିଲେ:

ମୋର ଗୋଟିଏ ଦୟିତ୍ୱ ଅଛି-

ସମଗ୍ର ମାନବ ଜାତିକୁ ପରିପୋଷଣ କରିବା ଏବଂ ସମସ୍ତଙ୍କପାଇଁ ଏକ ଆନନ୍ଦମୟ ଜୀବନ

ସୁନିଶ୍ଚିତ କରିବା ।

ମୁଁ ଗୋଟିଏ ସଂକଳ୍ପ କରିଛି- ଯେଉଁ ମାନେ ସତ୍ୟ ପଥରୁ ବିଚ୍ୟୁତ ସେମାନଙ୍କୁ ସତ୍ୟ ପଥକୁ ଆଣି

ସୁରକ୍ଷା ଦେବା ।

ମୁଁ ଗୋଟିଏ କାମକୁ ଭଲପାଏ-ଦୁସ୍ଥ ଓ ଦରିଦ୍ର ମାନଙ୍କ ଦୁଃଖ ଦୂରକରି ସେମାନଙ୍କର

ଆବଶ୍ୟକତା ପୂରଣକରିବା ।

ଧର୍ମ ସଂସ୍ଥାପନ, ବିଦ୍ୱତ୍ ପୋଷଣ , ଭକ୍ତ ସଂରକ୍ଷଣ , ବେଦୋଦ୍ଧାରଣ ମୋର ପ୍ରକୃତ କାମ ।

ମୁଁ ସେହି ମାନଙ୍କୁ ରକ୍ଷାକରିବି – ଯେଉଁ ମାନେ ମୋ ଭକ୍ତହେବେ । ମୋ ଭକ୍ତର ସଂଜ୍ଞା ହେଲା –

ଯିଏ ସୁଖ- ଦୁଃଖ ,ଜୟ- ପରାଜୟ , ଲାଭ-କ୍ଷତିକୁ ସମାନ ମନେ କରି ମୋତେ ଭକ୍ତି କରିବ ।

ଅବାଟୋଇକୁ ବାଟକୁ ଆଣିବି । ସାଧୁସଙ୍ଗେ ରଖୁ କୃପା କରିବି ।

ଦୁଃଖ ଭରା ଅଟେ ଯାହା ଜୀବନ । ସୁଖ ଭରି ଦେବି କରିଛି ପଣ ।

ଭଲ ପାଏ ମୁଁ ଗୋଟିଏ କାମକୁ । ସାହାଯ୍ୟ କରିବି ସଦା ସଭିଁଙ୍କୁ ।

ମୋର ଭକ୍ତର ସଂଜ୍ଞା ଅଟେ ଜାଣ । ଦୁଃଖ ସୁଖକୁ ଯେ ମଣେ ସମାନ ।


ଆସିବାର ଏହି ମୋର ବାରତା । ଚିଠିରେ ଲେଖୁଛି ଭାଇ ଜାଣିଥା ।

ଶ୍ରୀମଦ୍ଭଗବତ ଗୀତା କହେ- ସମଃ ଶତ୍ରୌ ଚ ମିତ୍ରେ ଚ ତଥା ମାନାପମାନୟୋଃ

ଶୀତୋଷ୍ଣ ସୁଖଦୁଃଖେଷୁ ସମଃ ସଙ୍ଗବିବର୍ଜିତଃ ॥

ତୁଲ୍ୟ ନିନ୍ଦାସ୍ତୁତିର୍ମୌନୀ ସନ୍ତୁଷ୍ଟୋ ଯେନ କେନ ଚିତ୍

ଅନିକେତଃ ସ୍ଥିରମତିର୍ଭକ୍ତିମାନ୍ ମେ ପ୍ରିୟୋ ନରଃ ॥

ଯିଏ ଶତ୍ରୁ ମିତ୍ର ଠାରେ,ମାନ-ଅପମାନରେ, ଶୀତ-ଉଷ୍ଣ ,ସୁଖ-ଦୁଃଖାଦି ଦ୍ୱନ୍ଦରେ ସମ ଓ

ଆଶକ୍ତି ରହିତ, ଯେ ନିନ୍ଦା ଓ ସ୍ତୁତିକୁ ସମାନ ବୋଲି ଦେଖନ୍ତି,ଯେ ମନନଶୀଳ ,ସନ୍ତୁଷ୍ଟ ଓ

ବାସସ୍ଥାନ ପ୍ରତି ଆଶକ୍ତି ରହିତହୀନ ସେହି ସ୍ଥିର ବୁଦ୍ଧିଭକ୍ତିମାନ ପୁରୁଷ ମୋର ପ୍ରିୟ ଅଟନ୍ତି ।

ଅବତାର ଘୋଷଣା :

୧୯୪୦ ଅକ୍ଟୋବର -୨୦ ଶ୍ରୀସତ୍ୟନାରାୟଣ ରାଜୁ ନିଜକୁ ଘୋଷଣାକଲେ : ମୁଁ “ସାଇବାବା “

ଅର୍ଥ ମୁଁ ଦିବ୍ୟ ପିତାମାତା । ସମଗ୍ର ବିଶ୍ୱବାସୀଙ୍କ ପାଇଁ ପ୍ରଥମ ବାର୍ତ୍ତା :

ମାନସ ଭଜରେ ଗୁରୁଚରଣମ୍

ଦୁସ୍ତର ଭବସାଗର ତରଣମ୍................

ଏହିଭବ ସାଗରରୁ ଉଦ୍ଧାର ପାଇବକୁ ହେଲେ ଗୁରୁଙ୍କ ଚରଣକୁ ଭଜିବାକୁ ପଡିବ କାରଣ ଏହି ସଂସାର

ପାର ହେବା ବହୁତ କଷ୍ଟସାଦ୍ଧ୍ୟ । ଭାଗବତ କହେ :

ମୋ ମାୟା ମୋତେ ଅଗୋଚର । କାହୁଁ ଜାଣିବ ଛାର ନର ॥

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ।ପଦୁଁ ଗଳୁଛି ମକରନ୍ଦ ॥

ଭଗବାନଙ୍କ ମାୟା ସଂସାରକୁ ଆବରଣ କରି ରଖିଥିବାରୁ ଭଗବାନଙ୍କୁ ପାଇବା ଅତୀବ କଷ୍ଟ ।

ପରିଚୟ ପ୍ରଦନ : ନାହମ୍ ମନୁଷ୍ୟ ନ ଚ ଦେବଃ ଯକ୍ଷଃ


ନ ବ୍ରାହ୍ମଣଃ ନ କ୍ଷତ୍ରିୟ ବୈଶ୍ୟ ଶୂଦ୍ରଃ

ନ ବ୍ରହ୍ମଚାରୀ ନ ଗୃହୀ ନ ବନସ୍ଥ

ଅହଂ ସତ୍ଯବୋଧକ ସତ୍ୟମ୍ ଶିବମ୍ ସୁନ୍ଦରମ୍ ।

ମୁଁ ମନୁଷ୍ୟ ନୁହେଁ କି ଦେବତା କି ଯକ୍ଷ ନୁହେଁ ,ମୁଁ ବ୍ରାହ୍ମଣ , କ୍ଷତ୍ରିୟ , ବୈଶ୍ୟ କି ଶୂଦ୍ର ନୁହେଁ , ମୁଁ ବ୍ରହ୍ମଚାରୀ

,ଗୃହସ୍ଥ କି ବନସ୍ଥ ନୁହେଁ। ମୁଁ ସତ୍ୟ ବୋଧକ – ସତ୍ୟମ୍ ଶିବମ୍ ସୁନ୍ଦରମ୍ ।

ସାଇ ବାଲ୍ୟଳୀଳା: ୧.ବେଙ୍ଗମାନଙ୍କୁ ପକ୍ଷୀକରି ଉଡାଇଦେଇ ଥିଲେ –ମୁଁ ସର୍ବ ଶକ୍ତିମାନ୍ ।

୨.ବାଘୁଣୀକୁ ମାରିଥିବା ଇଂରେଜ ଗାଡିକୁ ଅଚଳ କରିଦେଇ ଥିଲେ –ମୁଁ ସମସ୍ତଙ୍କ

ରକ୍ଷାକର୍ତ୍ତା ,ପାଳନ କର୍ତ୍ତା ଓ ପୋଷଣ କର୍ତ୍ତା ।

୩.ମୁଁ କଳ୍ପ ବୃକ୍ଷ ।(ପାହାଡ ଉପରେ ଥିବା ତେନ୍ତୁଳି ଗଛ୍) । ଯିଏଯାହା ମାଗେ ମୁଁ ତାକୁ ଦେଇଥାଏ ।

ସାଇ ବାଣୀ : ଗୋଟିଏ ଜାତି ମଣିଷ ଜାତି । ଗୋଟିଏ ଭାଷା ହୃଦୟ ଭାଷା

ଗୋଟିଏ ଧର୍ମ ପ୍ରେମର ଧର୍ମ । ଗୋଟିଏ ଭଗବାନ ....ଯିଏ ସବୁଠି ବିଦ୍ଯମାନ ।

ମାନବ ସେବା ହିଁ ମାଧବର ସେବା ।

ସମସ୍ତଙ୍କୁ ଭଲପାଅ..........ସମସ୍ତଙ୍କ ସେବାକର ......

ସାହାଯ୍ୟ କର ନିରନ୍ତର ......ଅନିଷ୍ଟ ନ କର କାହାର ......।

ସାଇ ଭଗବାନଙ୍କ ପୂଜା : ଦୀନଦୁଃଖୀୟୋଁ ସେ ପ୍ରେମ କରୋ ମେରା ସାଇ ପ୍ରଶନ୍ନ ହୋଗା

ସାଇମେରା ମେହୁଁ ତେରା ୟେ ପ୍ରେମକୀ ବେହେତି ଧାରା


ସାଇ ପ୍ରେମକୀ ବେହେତି ଧାରା................... ।

*ନର ସେବା ହିଁ ନାରାୟଣ ସେବା । ଜୀବ ସେବା ହିଁ ଶିବ ସେବା । ଲୋକସେବା ହିଁ ଲୋକନାଥ ସେବା ।

ମାନବ ସେବା ହିଁ ମାଧବ ସେବା ।

ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ :

୧୯୬୧ ଦଶହରା ସମ୍ଭାଷଣରେ ବାବା କହିଥିଲେ – “ମୁଁ ଗୋଟିଏ ସେବା ସମିତିଗଢିଛି । ଯିଏ ଏହାର

ସଦସ୍ୟ ହୋଇ ସେବା କରିବ ମୁଁ ତାକୁ ଓ ତା’ର ବଂଶଧର ମାନଙ୍କୁ ଉଦ୍ଧାର କରିବି । କିନ୍ତୁ ପରୀକ୍ଷା ବଡ

ଜଟିଳ । ମୁଁ ଦେଖୁଛି , କେତେ ଜଣ ଏଥିରେ ଉତ୍ତୀର୍ଣ୍ଣ ହେଉଛନ୍ତି” । ମଣିଷ ଭିତରେ ଥିବା ଦୈବତ୍ୱ( ଭଲ

ଗୁଣ)ର ଉନ୍ମୀଳନରେ ସାହାଯ୍ଯ ଓ ଦିଶାଦର୍ଶନ ପାଇଁ ସଂଗଠନଗଢାଯାଇଛି । ବାବା କହନ୍ତି- “ମୁଁ

ଭଗବାନ , ତୁମେ ବି ଭଗବାନ।ଏହା ମୁଁ ଜାଣିଛି କିନ୍ତୁ ତୁମେ ଜାଣିନାହଁ “। ଜଣେ ଭଲ ହେଲେ ସେ

ଭଗବାନଙ୍କୁ ଅନୁଭବ କରିପାରିବ ।

ସବୁ ଧର୍ମ୍ର ଲୋକ ମାନଙ୍କୁ ଏକାଠି କରି ସେ କହନ୍ତି-“ମୁଁ ଏକ ନୂତନ ଧର୍ମ ସୃଷ୍ଟି କରିବାକୁ କିମ୍ବା କାହା ଧର୍ମ

ନଷ୍ଟ କରିବାକୁ ଆସିନି । ମୁଁ ଚାହେଁ-ଜଣେ ହିନ୍ଦୁ ଭଲ ହିନ୍ଦୁଟିଏ ହେଉ ; ଜଣେ ମୁସଲମାନ ଭଲ

ମୁସଲମାନଟିଏ ଏବଂ ଜଣେ ଖ୍ରୀଷ୍ଟିଆନ ଭଲ ଖ୍ରୀଷ୍ଟିଆନ ହେଉ” ।

ରାମ କହୋ କ୍ରିଷ୍ଣ କହୋ ଈଶ୍ୱର ଆଲ୍ଲା ସାଇ କହୋ

ବୁଦ୍ଧକହୋ ଗୁରୁନାନକହୋ ଜୋହୋରାଷ୍ଟ୍ରମହାବୀର ଯୀଶୁ କହୋ ।ରାମ କହୋ....

ୟୁଗାବତାର ତୁମ ହୋ ବିଶ୍ୱରୂପ ତୁମ ହୋ

ସର୍ବଧର୍ମ ପ୍ରିୟ ସାଇ ମହେଶା , ପରବ୍ରହ୍ମ ତୁମ ହୋ ....ରାମ କହୋ


ସଂଗଠନର କାର୍ଯ୍ଯ : ସଂଗଠନ ଗୋଟିଏ ହାତଏ ୫ ଟି ଆଙ୍ଗୁଳୀ ପରି ମିଳିମିଶିକାମ କରନ୍ତି ।

୧.ସମିତି – ବୃଦ୍ଧା , ବିଶି-ମହିଳା , ମଧ୍ୟମା – ସେବା ,ମୁଦି- ବାଳବିକାଶ , କନିଷ୍ଠା – ଭଜନ ମଣ୍ଡଳୀ

ବିଭାଗ : ୧.ଆଧ୍ୟାତ୍ମିକ ବିଭାଗ ୨. ସେବା ବିଭାଗ ୩. ଶିକ୍ଷା ବିଭାଗ

ସାଇ ଆନୁଷ୍ଠାନ : ବାବା କହନ୍ତି – ସାଇ ଆନୁଷ୍ଠାନ ଗୁଡିକ ଚିରନ୍ତନ ।

୧. ଶ୍ରୀ ସତ୍ୟସାଇ ସୁପର ସ୍ପେଶିଆଲିତି ହସପିଟାଲ

୨.ଶ୍ରୀ ସତ୍ୟ ସାଇ ବିଶ୍ୱ ବିଦ୍ୟାଳୟ

ଶ୍ରୀସତ୍ୟ ସାଇ ପ୍ରଶାନ୍ତିନିଳୟମ୍ ମର୍ତ୍ତ୍ୟର ବୈକୁଣ୍ଠ । ସେ କହନ୍ତି – “ତୁମେ ମୋ ଆଡକୁ ଗୋଟିଏ

ପାଦ ଆସିଲେ ମୁଁ ତୁମ ଆଡକୁ ଦଶ ପାଦ ଯିବି। ଏହିଭଳି ଯଦି ଆମେ ପରସ୍ପର ଆଡ୍କୁ ପାଦେପାଦେ

ଆସିବା ଦିନେ ସମୟ ଆସିବ ଆମ ଭିତରେ ଆଉ ଦୂରତା ରହିବ ନାହିଁ ସେତେବେଳେ ଆମେ ଦୁହେଁ

ଏକ ଓ ଅଭିନ୍ନ ହୋଇଯିବା “।

ସାଇ ଉପଦେଶ : ହରି ଭଜନ ବିନା ସୁଖ ଶାନ୍ତି ନେହିଁ

ହରିନାମ ବିନା ଆନନ୍ଦ ନେହିଁ....ହରି ଭଜନ ବିନା

ଜପ ଧ୍ୟାନ ବିନା ସଂଯୋଗ ନେହିଁ

ପ୍ରଭୁ ଦରଶ ବିନା ପ୍ରଜ୍ଞାନ ନେହିଁ

ଦୟା ଧର୍ମ ବିନା ସତ କର୍ମ ନେହିଁ

ଭଗବାନ ବିନା କୋଇ ଅପନା ନେହିଁ


ହରିନାମ ବିନା ପରମାତ୍ମା ନେହିଁ. ହରି ଭଜନ ବିନା ...................

ସମର୍ପଣ : ସେହି ଦୟାମୟ ଭଗବାନ ଆଜି ଗାଁ ଗାଁ ଦାଣ୍ଡ ଦାଣ୍ଡ ବୁଲି ସମଗ୍ର ଉତ୍କଳ ପ୍ରଦେଶର

ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ସେହି ଚରଣ ତଳେ ଏହି ଜୀବନକୁ ସମର୍ପଣ କରିପାରିଲେ

ମାନବଜୀବନ ସାର୍ଥକ ହେବ।

ସାଇଚରନ ସୁଖଦାୟିନମ୍ ସାଇ ବିନାଜୀନା କ୍ୟା ହେ ….

ମାତାଭି ତୁ ପିତା ଭି ତୁ ...ଆଓ ଭଗବାନ ଦେଦୋ ଦରଶନ

ବୈଠଯାଓ ସାଇ ମନ ମନ୍ଦିରୋ ମେ ..... ସାଇ ବିନା ଜୀନକ୍ୟା ହେ …….

ଆଜିର ଏହି ପ୍ଲାବନ ସଂଧ୍ୟାରେ ସେହି ଶ୍ର୍ରୀ ଚରଣ ତଳେ ଏହି ଦିବ୍ୟ କଥାକୁ ସମର୍ପଣ କରୁଛି।

ସର୍ବେ ଭବନ୍ତୁ ସୁଖିନଃ

ସର୍ବେଶନ୍ତୁ ନିରାମୟ

ସର୍ବେ ଭଦ୍ରାଣି ପଶ୍ୟନ୍ତୁ

ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍ । ଓଁ ଶାନ୍ତଃ ଶାନ୍ତିଃ ଶାନ୍ତିଃ ॥

***************

You might also like