Download as docx, pdf, or txt
Download as docx, pdf, or txt
You are on page 1of 3

ଓଁ ଶ୍ରୀ ସାଇରମ

ଭୁଲି ତ ହେଉନି ସେଦିନର ସେ ପ୍ରଥମ ଦର୍ଶନ

ଶ୍ରୀମୁଖରେ ହସ ହସ ସ୍ନେହଭରା ଆଖିର ଚାହାଣି

କଅଁଳ ଦିବ୍ୟ ଯୁଗଳ ଶ୍ରୀପାଦର ପରଶ

କେତେ ଜୀବନ୍ତ ସେ ରୂପମାଧୁରୀକୁ

ଫେରିଆସ ସାଇ ତୁମେ ଆଉ ଥରେ ଆମ ଗାଁ ଦାଣ୍ଡ ଦୁଆରକୁ ।୧।

ପାହାନ୍ତି ଆକାଶର ଚକମକ୍ କୁଆଁ ତାରାକୁ ଦେଖି

ନିତ୍ୟକର୍ମ ସାରି ଦେଇ ଧାଇଁ ଯାଏ ତୁମରି ପାଖକୁ

କେତେ ନିଆରା ଅନୁଭବ , ସତେ କ’ଣ ଜୀବନେ ମିଳିବ !

କସୁରୀ ଚନ୍ଦନ ଫୁଲେ ଶ୍ରୀପାଦ ଯୁଗଳ ପୂଜିବାକୁ

ଫେରିଆସ ସାଇ ତୁମେ ଆଉ ଥରେ ଆମ ଗାଁ ଦାଣ୍ଡଦୁଆରକୁ ।୨।

ଏବେବି ତାଜା ଅଛି ସେଦିନର ସେ ଦୃଶ୍ୟ

ଅପେକ୍ଷାରତ ବନ୍ଦାପନା ଥାଳି ଧରି ନବବଧୂ ମାନେ


କିନ୍ତୁ ବାଟକାଟି ଚାଲିଗଲ ଦୂରରୁ ଦେଇ ଦର୍ଶନ

ଅଭିମାନୀ ଭକ୍ତଗଣ ଚାହିଁଛନ୍ତି ତୁମ ଫେରନ୍ତା ବାଟକୁ

ଫେରିଆସ ସାଇ ତୁମେ ଆଉଥରେ ଆମ ଗାଁ ଦାଣ୍ଡ ଦୁଆରକୁ ।୩।

ଖରା ବର୍ଷା କାଦୁଅଭରା ଗାଁ ଦାଣ୍ଡର ଖୋଲା ଆକାଶ ତଳେ

ଭକ୍ତଗଣେ ଦେଇଛ ଦର୍ଶନ ,ତିଳେ ମାତ୍ର ନକରି ଅଶ୍ରଦ୍ଧା

ମୁଁ ଭାବୁଛି, ତୁମେ ନିଶ୍ଚୟ ଭାବିନେଇଛ ଏସବୁ ନିଜ ଘରର କଥା

ସତରେ, ଜନ୍ମ ଜନ୍ମାନ୍ତରେ ମିଳୁଥାଉ ତୁମ ପରି ଦେବତା ଆମକୁ

ଫେରିଆସ ସାଇ ତୁମେ ଆଉଥରେ ଆମ ଗାଁ ଦାଣ୍ଡ ଦୁଆରକୁ ।୪।

କି ଆକର୍ଷଣ ଥିଲା ସେ ଦିବ୍ୟ ରୂପ ଦର୍ଶନରେ

କି ଅନୁଭବ ଥିଲା ସେ ଶୋଭାଯାତ୍ରା କୀର୍ତ୍ତନରେ

ରୁଣ୍ଡିଭୁତ ଜନସମୁଦ୍ର ମତୁଆଲା ସେ ପାଦ ସ୍ପର୍ଶ ପାଇଁ

ଦର୍ଶନେ ସ୍ପର୍ଶନେ ସବୁ ସଂଚିତ ପାପ ଧୋଇ ଦେବାକୁ

ଫେରିଆସ ସାଇ ତୁମେ ଆଉଥରେ ଆମ ଗାଁ ଦାଣ୍ଡ ଦୁଆରକୁ ।୫।


ସୀତାକାନ୍ତ ଜେନା

ତା ୧୯/୦୯/୨୦୨୨

You might also like