Download as docx, pdf, or txt
Download as docx, pdf, or txt
You are on page 1of 4

ଓଁ ଶ୍ରୀ ସାଇରାମ

ଶ୍ରୀ ସତ୍ୟସାଇ ସେବା ଦଳ ମାନଙ୍କ ପାଇଁ ଆଶୀର୍ବଚନ


*ମୁଁ ଏକ ସେବା ସମିତି ଆରମ୍ଭ କରୁଛି। ଯେଉଁମାନେ ଏହି ସମିତିର ସଦସ୍ୟ ହେବେ ଏବଂ ନିଃସ୍ୱାର୍ଥପର ସେବା କରିବେ
ସେମାନେ ଜନ୍ମ-ମୃତ୍ୟୁ ଚକ୍ରରୁ ମୁକ୍ତି ଲାଭ କରିବେ ।ଖାଲି ସେମାନେ ନୁହନ୍ତି ,କିନ୍ତୁ ସେମାନଙ୍କର ପୁତ୍ର,ପୌତ୍ର ଓ ପ୍ରପୌତ୍ର
ମଧ୍ୟ।କିନ୍ତୁ ପରୀକ୍ଷା କଠିନ ହେବ।ଯେଉଁମାନେ ଏହି ପରୀକ୍ଷାର ସମ୍ମୁଖୀନ ହୋଇ ବିଜୟୀ ହେବେ ମୁଁ ସେମାନଙ୍କର
ସାକ୍ଷ୍ୟ ବହନ କରିବି । ୨୧ ଅକ୍ଟୋବର-୧୯୬୧

*ମୋ ଦ୍ୱାରା ନିର୍ଦ୍ଧାରିତ ନିୟମ ଗୁଡିକ ତୁମ କାର୍ଯ୍ଯର ସ୍ୱାଧୀନତାରେ ପ୍ରତିବନ୍ଧକ ବା ଶୃଙ୍ଖଳ ମନେ କର ନାହିଁ । ଏଗୁଡିକ
ତୁମେ ପ୍ରବେଶ କରିଥିବା ସାଧନାରେ ତୁମକୁ ଓ ଅନ୍ୟମାନଙ୍କୁ ସାହାଯ୍ଯକରିବା ପାଇଁ ଉଦ୍ଦିଷ୍ଟ ।
୨୨ ଡିସେମ୍ବର -୧୯୭୧

*ଆମେ ନିର୍ଦ୍ଧାରିତ କରୁଥିବା ଏହି ନିୟମଗୁଡି ତୁମ ମଧ୍ୟରୁ କେତେ ଜଣଙ୍କୁ ଛୁରି ଭୂଷିବା ବା ହାତୁଡିରେ ପିଟିବା ଭଳି ଲାଗିପାରେ ;
କିନ୍ତୁ ଏଗୁଡିକ ଆରୋଗ୍ୟ କରିବା ପାଇଁ ଉଦ୍ଦିଷ୍ଟ , ଆହତ କରିବା ପାଇଁ ନୁହେଁ ।ସେଗୁଡିକ ପ୍ରତି ନତମସ୍ତକ ହୁଅ ଏବଂ ଆନ୍ତରିକତା
ସହ ଏଗୁଡିକ କାର୍ଯ୍ୟରେ ପାଳନ କର , ତେବେ ତୁମର ମାର୍ଗ ପୁଷ୍ପଦଳ ପରି କୋମଳ ଓ ମସୃଣ ହେବ ।ତୁମେ ମାନେ ଏଗୁଡିକ
ଅନୁଶୀଳନ କର ଏବଂ ଭକ୍ତି ଓ ଶୃଙ୍ଖଳାର ଲାଭପାଅ ବୋଲି ମୁଁ ଆଶୀର୍ବାଦ କରୁଛି ।
୨୩ ଡିସେମ୍ବର -୧୯୭୧,ମାନ୍ଦ୍ରାଜ

*ନଦୀକୁ ଦୃଢ ବନ୍ଧ ମଧ୍ୟରେ ପ୍ରବାହିତ ହେବାକୁ ତାଲିମ ଦେବାକୁ ହେବ ,ଅନ୍ୟଥା ତାହା ନିଜର କୂଳ ଲଙ୍ଘି ପୁରପଲ୍ଲୀକୁ
ମାଡିଯାଇ ବୁଡାଇ ଦେବ । କାରର ବେଗକୁ ହିତକର ଅଭିପ୍ରାୟରେ ପ୍ରୟୋଗକରିବା ପାଇଁ ଜଣେ ତାଲିମ ପ୍ରାପ୍ତ ଚାଳକ
ଆବଶ୍ୟକ ।ସେଥିପାଇଁ ଆତ୍ମ ସଂଯମ ଓ ବିନମ୍ରତା ଆଭ୍ୟାସ କରିବା ସକାଶେ ସ୍ୱେଛା ଚାରିତା ଓ ଗର୍ବକୁ
ଦମନ କରିବା ନିମନ୍ତେ ଆମର ନିତି ନିୟମ ଅଛି ।
୨୧ ନଭେମ୍ବର – ୧୯୬୮

*ସଂଗଠନ ତୁମ ଉପରେ ଯେଉଁ ଅନୁଶାସନ ଲଦି ଦେଇଥାଏ ,ସେଥିପାଇଁ କ୍ଷୋଭ ପ୍ରକାଶକର ନାହିଁ ; ସେସବୁ ତୁମର
କଲ୍ୟାଣ ପାଇଁ କରାଯାଇଛି ।ସୃଷ୍ଟିର ସାର କଥାହେଲା ଅନୁଶାସନ ।ସମୁଦ୍ରମାନେ ସେମାନଙ୍କର ସୀମା ଲଙ୍ଘନ କରନ୍ତି
ନାହିଁ ।ବାୟୁ ଓ ଅଗ୍ନି ମଧ୍ୟ ନିଜ ସୀମା ଭିତରେ ରହିଥାନ୍ତି ।ମଣିଷ ଶରୀର ମଧ୍ୟ ସୁସ୍ଥ ରହିବା ପାଇଁ ତାହାର ଉତ୍ତାପକୁ
୯୮.୪ଡିଗ୍ରୀରେ ସଂଯତ ରଖିଥାଏ ଏବଂ ହୃତପିଣ୍ଡ ମିନିଟକୁ ଏକ ନିର୍ଦିଷ୍ଟ ସଂଖ୍ୟକ ଥର ସ୍ପନ୍ଦନ ହୁଏ । ତେବେ ଏହି
ସଂଗଠନ କିପରି ଉଦ୍ଦିଷ୍ଟ ନୀତି ନିୟମରୁ ମୁକ୍ତ ହୋଇପାରିବ ।
୨୯ ମାର୍ଚ ୧୯୭୬, ହାଇଦ୍ରାବାଦ
-
ଦିବ୍ୟ ସନନ୍ଦ ୧୪.୦୧.୧୯୮୧

୧.ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଆଗମନର ଉଦ୍ଦେଶ୍ୟ – ସନାତନ ଧର୍ମର ପ୍ରତିଷ୍ଠା ।


୨.ଏହି ସଂଗଠନ ଜାତି, ଧର୍ମ ,ବର୍ଣ କିମ୍ବା ସଂପ୍ରଦାୟ ନିର୍ବିଶେଷରେ ସମଗ୍ର ମାନବ ଜାତି ପାଇଁ ସ୍ଥାପିତ ହୋଇଛି ଏବଂ
ଏହି ବିଶ୍ୱ ସଂଗଠନ ଏକ ଆଧ୍ୟାତ୍ମିକ ସଂଗଠନ ।
୩.ଏହି ସଂଗଠନ ସବୁ ମତବାଦର ଐକ୍ୟ ପ୍ରତିଷ୍ଠା କରିବା ସକାଶେ ସବୁ ଧର୍ମର ଲୋକ ମାନଙ୍କୁ ଏହାର ପରିସର ଭିତରକୁ
ନେଇଥାଏ।ସନାତନ ଧର୍ମର ମୂଳତତ୍ତ୍ୱର ପ୍ରତିଷ୍ଠା ଓ ଅଭିବୃଦ୍ଧି ପାଇଁ ଏବଂ ସବୁ ମତବାଦର ଏକତ୍ୱ ପ୍ରତିଷ୍ଠା କରିବା ନିମନ୍ତେ
ଶ୍ରୀ ସତ୍ୟସାଇ ସେବା ସଂଗଠନ ଅସ୍ଥିତ୍ୱ ଲାଭ କରୁଛି ।
୪.ଭଗବାନଙ୍କଦ୍ୱାରା ନିର୍ଦ୍ଧାରିତ ଏହି ସଂଗଠନର ସର୍ବାଧିକ ମୌଳିକ ଲକ୍ଷ୍ୟ ହେଉଛି-ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଦ୍ୱାରା
ସ୍ଥାପିତ ସତ୍ୟ,ଧର୍ମ,ଶାନ୍ତି,ପ୍ରେମ ଓ ଅହିଂସା ମୂଲ୍ୟବୋଧର ଆଭ୍ୟାସ ଓ ଉଦାହରଣ ବଳରେ ପ୍ରଚାର କରି ମନୁଷ୍ୟଠାରେ ତା
ଭିତରେ ଥିବା ଅନ୍ତର୍ନିହିତ ଦିବ୍ୟତ୍ୱର ଚେତନା ଜାଗ୍ରତ କରିବା ।
୫.ଦିବ୍ୟତ୍ୱକୁ ଆନୁଭବ କରିବା ପାଇଁ କେବଳ ବାହାର ପରିବେଶ ଓ ପରିସ୍ଥିତି ପର୍ଯ୍ଯାପ୍ତ ନୁହେଁ ବରଂ ଆମର ଚିନ୍ତାଧାରାରେ
ପରିବର୍ତ୍ତନ ଆବଶ୍ଯକ ।
୬.ଦିବ୍ୟତ୍ୱକୁ ଅନୁଭବ କରିବା ପାଇଁ ସଂଗଠନ କାର୍ଯ୍ଯ କଳାପ ଏ ଦିଗରେ ଆଧ୍ୟାତ୍ମିକ ପ୍ରଗତିର ଏକ ସାଧନ ମାତ୍ର, ଯାହାର
ପ୍ରଗତି ଜୀବନର ଦୁଃଖ ଓ କଷ୍ଟ,ହତାଶ ଓ ନିରାଶ,ଜୟ ଓ ପରାଜୟ ,ଉତ୍ଥାନ ଓ ପତନ ନିର୍ବିଶେଷରେ ପ୍ରତ୍ୟେକଙ୍କୁ ଶେଷରେ
ଆନ୍ତରିକ ଆନନ୍ଦ ଉପଭୋଗ କରିବାକୁ ସକ୍ଷମ କରିବ ।

ନବବିଧ ଆଚରଣ ବିଧି :


୧ ପ୍ରତ୍ୟେହ ଜପ ଓ ଧ୍ୟାନ ।
୨.ସପ୍ତାହକୁ ଥରେ ପରିବାରର ସଦସ୍ୟ ମାନଙ୍କ ସହ ଭଜନ ।
୩.ସଂଗଠନ ଦ୍ୱାରା ପରିଚାଳିତ ବାଳବିକାଶ କାର୍ଯ୍ଯକ୍ରମରେ ପରିବାରର ଶିଶୁ ମାନଙ୍କର ଅଂଶ ଗ୍ରହଣ ।
୪. ସଂଗଠନ ଦ୍ୱାରା ଆୟୋଜିତ ଭଜନ ବା ନଗର ସଂକୀର୍ତ୍ତନରେ ଅନ୍ତତଃ ମାସକୁ ଥରେ ଯୋଗଦାନ ।
୫. ସଂଗଠନ ଦ୍ୱାରା ଆୟୋଜିତ ସମାଜ ସେବା ଓ ଅନ୍ୟ କାର୍ଯ୍ୟକ୍ରମରେ ଯୋଗଦାନ ।
୬.ନିୟମିତ ସାଇ ସାହିତ୍ୟ ଅଧ୍ୟୟନ ।
୭.ପ୍ରତ୍ୟେକଙ୍କ ସହ କୋମଳ ଓ ମଧୁର ସ୍ୱରରେ ବାର୍ତ୍ତାଳପ ।
୮.ଅନ୍ୟମାନଙ୍କର ବିଶେଷତଃ ସେମାନଙ୍କର ଅନୁପସ୍ଥିତିରେ ନିନ୍ଦା ରଟନା ନକରିବା ।
୯.ନାରାୟଣ ସେବା-ଅସହାୟମାନଙ୍କୁ ଖାଇବାକୁ ଦେବା ସକାଶେ ପ୍ରତ୍ୟହ କିଛି ଖାଦ୍ୟ ଶସ୍ୟ ପୃଥକ ରଖିବା ଏବଂ ଖାଦ୍ୟ ନଷ୍ଟ ନ
କରିବା ତଥା “କାମନାର ସୀମାଙ୍କନ “ ନୀତି ଅଭ୍ୟାସ କରିବା ।
ସାଙ୍ଗଠନିକ ପ୍ରଗତି:
 ପ୍ରଥମ ଭଜନ ମଣ୍ଡଳୀ- ୧୯/୧୧/୧୯୬୧- ମଲ୍ଲେଶ୍ୱରମ,କର୍ଣାଟକ ,୧୮/୦୩/୧୯୬୩- ପ୍ରଶାନ୍ତି ନିଲୟମ
 ପ୍ରଥମ ସମିତି-ଅଗଷ୍ଟ୍- ୧୯୬୫ ବମ୍ବେ
 ପ୍ରଥମ ସର୍ବଭାରତୀୟ ସମ୍ମିଳନୀ-ଏପ୍ରିଲ ୧୯୬୭ ମାଡ୍ରାସ
 ପ୍ରଥମ ବିଶ୍ୱସମ୍ମିଳନୀ-୧୯୬୮ ବମ୍ବେ
 ଶ୍ରୀସତ୍ୟସାଇ ବାଳବିକାଶ-୧୯୬୯
 ସର୍ବଧର୍ମ ପ୍ରତୀକ ଚିହ୍ନ -୨୩ -୧୨-୧୯୭୧
 ଦିବ୍ୟ ସନନ୍ଦ କାର୍ଯ୍ୟକାରୀ ହେଲା-୧୪-୦୧-୧୯୮୧, ନବବିଧ ଆଚରଣ
 ପ୍ରଥମ ଆନ୍ତର୍ଜାତୀୟ ବାଳବିକାଶ ରାଲି- ଡିସେମ୍ବର ୧୯୮୩
 ପ୍ରଥମ ଆନ୍ତର୍ଜାତୀୟ ସେବାଦାଳ ସମ୍ମିଳନୀ-୧୯୮୪
 ଦିବ୍ୟ ଦଶ ନିର୍ଦ୍ଦେଶାବଳୀ-୨୧-୧୧-୧୯୮୫
 ସଂଗଠନର ରୌପ୍ୟ ଜୟନ୍ତୀ- ୧୯୮୮
 ପ୍ରଥମ ଆନ୍ତର୍ଜାତୀୟ ଯୁବସମ୍ମିଳନୀ-ଜୁଲାଇ,୧୯୯୭
 ପ୍ରଥମ ଆନ୍ତର୍ଜାତୀୟ ବାଳବିକାଶ ଗୁରୁ ସମ୍ମିଳନୀ-ଜୁଲାଇ-୨,୪-୨୦୦୧
 ଆନ୍ତର୍ଜାତୀୟ ସେବା ସମ୍ମିଳନୀ-ଜୁଲାଇ -୨୧-୨୩ -୨୦୦୨

You might also like