Download as pdf or txt
Download as pdf or txt
You are on page 1of 1

ଭାରତୀୟ ଜନତା ପାର୍ଟି ଚାନ୍ଦବାଲି

BHARTIYA JANTA PARTY CHANDBALI

Date:-
To

To

The Collector-Cum-DPC, Bhadrak

Sub: ଚାନ୍ଦବାଲି ବ୍ଲ କ୍ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମ ପଞ୍ଚାୟତରେ ନାବାଳକ ଓ ନାବାଳିକାଙ୍କୁ ଜବକାର୍ଡ଼ ଶ୍ରମିକ ଦର୍ଶାଇ
ସରକାରୀ ମନରେଗା ଅର୍ଥ ହଡ଼ପ କରିଥିବା ଦୋଷୀ ସରକାରୀ କର୍ମଚାରୀ ଓ ଜନପ୍ରତିନିଧି ଙ୍କ ବିରୁ ଦ୍ଧରେ ଦୃ ଢ କାର୍ଯ୍ୟାନୁ ଷ୍ଠାନ
ଗ୍ରହଣ ନିମନ୍ତେ ।

Respected Sir,

ଆମ୍ଭେ ନିମ୍ନ ସ୍ୱାକ୍ଷରକାରୀଗଣ ଭଦ୍ର କ ଜିଲ୍ଲା ଚାନ୍ଦବାଲି ବ୍ଲ କ୍ ଭାରତୀୟ ଜନତା ପାର୍ଟି ତରଫରୁ ଆପଣଙ୍କ
ଗୋଚରାର୍ଥେ ଜଣାଇବାକୁ ଚାହୁଁ କି ଗୋପୀନାଥପୁର ଗ୍ରାମପଞ୍ଚାୟତ ରେ ୨୦୨୧-୨୨ ରୁ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ
ନାବାଳକ ଓ ନାବାଳିକା ମାନଙ୍କୁ ବିଭିନ୍ନ ପ୍ରକଳ୍ପ ରେ ଶ୍ରମିକ ଦର୍ଶାଇ ମନରେଗା ଯୋଜନାରେ ସରକାରୀ ଅର୍ଥ ଆତ୍ମସାତ୍
କରାଯାଇଛି । ଏହି ବେଆଇନ କାର୍ଯ୍ୟରେ ଉକ୍ତ ପଞ୍ଚାୟତର ପୂର୍ବତନ ଗ୍ରାମ ରୋଜଗାର ସେବକ ପୁରୁ ଷୋତ୍ତମ ବାରିକ,
ରୀତାରାଣୀ ମୁଦୁ ଲି, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧିରେନ୍ଦ୍ର କୁ ମାର ନାୟକ, ପୂର୍ବତନ ସରପଞ୍ଚ ସୁରେଶ୍ୱରୀ ସାହୁ ଓ
କାର୍ଯ୍ୟରତ ସରପଞ୍ଚ ବାପୁନ୍ ବାରିକ ଚଞ୍ଚକତା କରି ନାବାଳକ ଓ ନାବାଳିକା ଙ୍କ ନାମରେ ମିଥ୍ୟା ଓ ଜାଲି ଆଧାର କାର୍ଡ଼ ପ୍ରସ୍ତୁତ
କରି ଯାହା ସତ୍ୟ ନୁ ହେଁ ତାହା ସତ୍ୟ ବୋଲି ଦର୍ଶାଇ ସେମାନଙ୍କ ବୟସ ବଢାଇ ଜବକାର୍ଡ଼ ପ୍ରଦାନ କରିଥିଲେ । ନାବାଳକ
ନାବାଳିକା ମାନଙ୍କୁ ବିଭିନ୍ନ ଉନ୍ନ ୟନ ମୂଳକ ପ୍ରକଳ୍ପ ରେ କାର୍ଯ୍ୟ କରିଥିବା ଦର୍ଶାଇ ସେମାନଙ୍କ ବ୍ୟାଙ୍କ ଖାତାକୁ ମନରେଗା ଅର୍ଥ
ପ୍ରଦାନ କରିଛନ୍ତି । ଏହି ଘଟଣା ଜଣାପଡ଼ିବା ପରେ ଉକ୍ତ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା କର୍ମଚାରୀ ଓ ଜନ ପ୍ରତିନିଧିଙ୍କ
ବିରୁ ଦ୍ଧରେ କାର୍ଯ୍ୟାନୁ ଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଚାନ୍ଦବାଲି ବ୍ଲ କ୍ ର ପୂର୍ବତନ ବି.ଡ଼ି.ଓ ଜ୍ୟୋତି ବିକାଶ ଦାସ ସେମାନଙ୍କୁ
ସୁରକ୍ଷା ପ୍ରଦାନ କରିଥିଲେ । ନିଜ ପଦ ଓ କ୍ଷମତାର ଅପବ୍ୟବହାର କରି ଉକ୍ତ କର୍ମଚାରୀମାନଙ୍କ ସହ ଅପରାଧିକ ଷଡ଼ଯନ୍ତ୍ର
କରି ସେମାନଙ୍କ ଠାରୁ ହଡ଼ପ କରାଯାଇଥିବା ଅର୍ଥ ଆଦାୟ କରି ସେମାନଙ୍କ ବିରୁ ଦ୍ଧରେ କୌଣସି କାର୍ଯ୍ୟାନୁ ଷ୍ଠାନ ଗ୍ରହଣ
କରିନଥିଲେ ।

ତେଣୁ ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା କର୍ମଚାରୀ ଓ ଜନପ୍ରତିନିଧିଙ୍କ ବିରୁ ଦ୍ଧରେ ଦୃ ଢ କାର୍ଯ୍ୟାନୁ ଷ୍ଠନ ସହ ଥାନାରେ
ଅପରାଧିକ ମାମଲା ରୁ ଜ୍ଜୁ କରିବା ପାଇଁ ଦାବି କରୁ ଛୁ । ଦରଖାସ୍ତ ପ୍ରଦାନର ୧୫ ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ କୌଣସି
କାର୍ଯ୍ୟାନୁ ଷ୍ଠାନ ଗ୍ରହଣ ନକଲେ ଆମ୍ଭେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବୁ । ଏହି ସମୟରେ
କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଲେ ଜିଲ୍ଲା ପ୍ରଶାସନ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଦାୟୀ ରହିବେ ।

। ଆପଣଙ୍କ ବିଶ୍ୱସ୍ଥ

You might also like